ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହସ୍ପିଟାଲରେ ଭର୍ତ୍ତି ହେଲେ ରାଜ ଠାକରେ । ପିଠି ଏବଂ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ପାଇଁ ୫୩ ବର୍ଷୀୟ ଠାକରେଙ୍କୁ ଭର୍ତ୍ତି କରାଯାଇଛି । ଆସନ୍ତାକାଲି ତାଙ୍କର ଆଣ୍ଠୁରେ ସର୍ଜରୀ କରାଯିବ । ଏହାପୂର୍ବରୁ ସେ ଜୁନ୍ ୫ରେ ଅଯୋଧ୍ୟା ଯିବାର ଯୋଜନା କରିଥିଲେ କିନ୍ତୁ ଆଣ୍ଠୁ ସମସ୍ୟା ପାଇଁ ବର୍ତ୍ତମାନ ଏହି କାର୍ୟ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ତେବେ ବର୍ତ୍ତମାନ ମିଳିଥିବା ସୂଚନା ମୁତାବକ ରାଜଙ୍କର ଅଯୋଧ୍ୟା ଗସ୍ତକୁ ନେଇ ରାଜନୈତିକ ସ୍ତରରେ ମଧ୍ୟ ବିରୋଧ କରାଯାଉଛି ।
ଜଣେ ଏମଏନଏସ ନେତା ଏହି ସୂଚନା ଦେଇଛନ୍ତି । ଏମଏନଏସ ନେତା ନିତିନ ସରଦେଶାଇ ଆଜି କହିଛନ୍ତି ଯେ ଠାକରେଙ୍କର ଆଣ୍ଠୁରେ ଅସ୍ତ୍ରୋପଚାର କରାଯିବ । ତେଣୁ ଅଯୋଧ୍ୟା ଗସ୍ତ ବାତିଲ କରାଯାଇଛି । ଉଲ୍ଲେଖ ଥାଉ କି ରାଜ ଠାକରେ ହେଉଛନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମ୍ପର୍କୀୟ। କିଛିଦିନ ତଳେ ମସଜିଦରେ ଲାଗିଥିବା ଲାଉଡସ୍ପିକର ହଟାଇବା ପାଇଁ ମହାରାଷ୍ଟ୍ର ସରକାରଙ୍କୁ ସମୟ ଦେଇ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ ।
