ଗୁଜୁରାଟରେ ଜେସିବି ଫ୍ୟାକ୍ଟି୍ର ପରିଦର୍ଶନ ସମୟରେ ଜେସିବି ଉପରେ ଚଢ଼ିଲେ ବିଟ୍ରେନ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୁଜୁରାଟରେ ଜେସିବି ଫ୍ୟାକ୍ଟି୍ର ପରିଦର୍ଶନ ସମୟରେ ଜେସିବି ଉପରେ ଚଢ଼ିଲେ ବିଟ୍ରେନ ପ୍ରଧାନମନ୍ତ୍ରୀ । ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଗୁରୁବାର ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ପଞ୍ଚମହଲରେ ଜେସିବି ଫ୍ୟାକ୍ଟ୍ରୀ ପରିଦର୍ଶନ ପାଇଁ ପହଞ୍ଚିଥିଲେ ଜନସନ । ତେବେ ଫ୍ୟାକ୍ଟ୍ରୀ ପରିଦର୍ଶନ ବେଳେ ହଠାତ ଏକ ବୁଲଡୋଜର ଉପରେ ଚଢିଯାଇଥିଲେ।

ଏହା ପୂର୍ବରୁ ଜନସନ ସାବରମତୀ ଆଶ୍ରମରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବ୍ରେଟନ ପ୍ରଧାନମନ୍ତ୍ରୀ ନିଜର ଦୁଇ ଦିନିଆ ଗସ୍ତରେ ଭାରତ ସହ ନିଜର ସମ୍ପର୍କରୁ ଅଧିକ ମଜବୁତ କରିବା ସହ ବ୍ୟବସାୟରେ ଉପୁଜୁଥିବା ବାଧାକୁ ଦୂର କରିବାକୁ ଲକ୍ଷ୍ୟ ରଖିଛନ୍ତି। ଭାରତରେ ପହଞ୍ଚିବା ପରେ ଜନସନ କହିଥିଲେ, ଭାରତ ଆସିବା ମୋ ପାଇଁ ଖୁସିର କଥା। ଏହା ଦୂନିଆର ସବୁଠୁ ବଡ଼ ଲୋକତନ୍ତ୍ର। ମହାନ ଦେଶ ସହ ମିଶି ବଡ଼ ଉପଲବ୍ଧି ହାସଲ କରିପାରିବା।

Related Posts