ଦୁଇ ଦିନିଆ ଭାରତ ଗସ୍ତରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ

ନୂଆଦିଲ୍ଲୀ: ଆସନ୍ତା ୨୧ ତାରିଖରେ ଭାରତ ଗସ୍ତରେ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ | ଦୁଇ ଦିନିଆ ଭାରତ ଗସ୍ତରେ ଆସୁଥିବା ବେଳେ, ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ଭିତରେ ବୋରିସ ଜନସନଙ୍କ ଏହି ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଦୁଇ ଦେଶର ସମ୍ପର୍କକୁ ଅଧିକ ମଜବୁତ୍ କରିବାକୁ ପ୍ରୟାସ କରିବେ ଜନସନ।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ବାହାରଟା ଗସ୍ତ କାର୍ଯ୍ୟକ୍ରମ ଦୁଇ ଦୁଇ ଥର ବାତିଲ ହୋଇଛି | ଗତ ବର୍ଷ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ କରୋନା କାରଣରୁ ଦୁଇ ଥର ଗସ୍ତକୁ ବାତିଲ କରାଯାଇଥିଲା। ଗତ ବର୍ଷ ଜାନୁଆରୀ ୨୬ରେ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ରୂପେ ଭାରତ ଆସିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ କରୋନା ଭାଇରସ ଯୋଗୁଁ ଯାତ୍ର ରଦ୍ଦ ହୋଇଥିଲା। ଏହାପରେ ଏପ୍ରିଲ ଯାତ୍ରା ମଧ୍ୟ କରୋନା ଯୋଗୁଁ ବାତିଲ ହୋଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ନିଜ ସମକକ୍ଷଙ୍କ ମଧ୍ୟରେ ଶେଷ ଥର ପାଇଁ ଗତ ବର୍ଷ ନଭେମ୍ୱର ମାସରେ ଗ୍ଲାସଗୋ ସମିଟିରେ ସାକ୍ଷାତକାର ହୋଇଥିଲା । ଗତ ମାସରେ ଦୁଇ ଦେଶର ନେତା ଫୋନରେ କଥା ହୋଇଥିଲେ। ଦୁଇ ନେତା ୟୁକ୍ରେନର ସ୍ଥିତି ଉପରେ ବିସ୍ତୃତ ଭାବେ ଚର୍ଚ୍ଚା କରିଥିଲେ। ଏହାସହ ଦୁହେଁ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ମଧ୍ୟ ଚର୍ଚ୍ଚା କରିଥିଲେ। ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ନିବେଶ, ପ୍ରତିରକ୍ଷା ଏବଂ ସୁରକ୍ଷା, ସହ ଅନ୍ୟ କ୍ଷେତ୍ରରେ ସହଯୋଗକୁ ଅଧିକ ମଜବୁତ କରିବା ଉପରେ ସହମତି ବ୍ୟକ୍ତ କରିଥିଲେ |

ଭାରତ ଗସ୍ତ ନେଇ ବୋରିସ ଜନ୍‌ସନ୍ କହିଛନ୍ତି, ଉଭୟ ବ୍ରିଟେନ୍ ଓ ଭାରତ ବିକାଶ ନେଇ ମୋର ଏହି ଗସ୍ତ ହେଉଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣରେ ମୁଁ ଏପ୍ରିଲ ୨୧ରୁ ଦୁଇଦିନିଆ ଭାରତ ଗସ୍ତ କରୁଛି । ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଜନ୍‌ସନ୍‌ଙ୍କ ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ୨୦୩୦ ପର୍ଯ୍ୟନ୍ତ ରୋଡମ୍ୟାପର ଆକଳନ କରିବେ ।

Related Posts