ପୋଖରୀ ଖୋଳିବାକୁ ନେଇ ଉତ୍ତେଜନା: ଗୁଳିମାଡ଼ରେ ଜଣେ ମୃତ

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା କନ୍ଧପାଳ ଗାଁରେ ଅଘଟଣ | ପୋଖରୀ ଖୋଳାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ପରେ ଗାଁରେ ଫୁଟିଛି ଗୁଳି | ଏହି ଗୁଳି ମାଡ଼ରେ ଜୀବନ ଯାଇଛି ଜଣେ ସମ୍ପର୍କୀୟ ଭାଇଙ୍କର |

ପୋଖରୀ ଖୋଲିବା ପାଇଁ ଜେସିବି ଆଣିବାରୁ ଉତ୍ତେଜନା ଲାଗିରହିଥିଲା | ଏକ ନିର୍ଦ୍ଧିଷ୍ଟ ଜାଗାରେ ପୋଖରୀ ଖୋଲିବାକୁ ନେଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା |

ଆଜି ସକାଳ 7ଟା ସମୟରେ ମୃତକ 56 ବର୍ଷୀୟ ଦଳେଇ ନାୟକ ଜେସିବି ଆଣି ପୋଖରୀ ଖୋଲିବା ଆରମ୍ଭ କରିବାରୁ ଅନ୍ୟ 4/5 ଜଣ ସମ୍ପର୍କୀୟ ଭାଇମାନେ ମିଶି ଦେଶୀ ବନ୍ଧୁକ ଦ୍ୱାରା ଦଳେଇଙ୍କ ଉପରକୁ ଗୁଳିଚାଳନା କରିଥିଲେ |

ଗୁଳିଚାଳନାରେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ ଦଳେଇ ନାୟକ | ତେବେ ସଂଗେ ସଂଗେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲେ ସୁଦ୍ଧା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ |

ସେପଟେ ଏହି ଘଟଣା ଘଟିବା ପରେ ଘଟଣାସ୍ଥଳରୁ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି | ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି |

Related Posts