କଲେଜ ଛାତ୍ରଙ୍କୁ ନିଶା ଜାଲରେ ଫସାଉଥିଲା, ପୋଲିସ ହାତରେ ଧରାପଡ଼ିଲା

କଲେଜ ଛାତ୍ରଙ୍କୁ ନିଶା ଜାଲରେ ଫସାଉଥିବା ଜଣେ ବ୍ରାଉନ ସୁଗାର ବ୍ୟବସାୟୀକୁ ଗରିଫ କରିଛି କଟକ ଅବକାରୀ ଗୁଇନ୍ଦା ବିଭାଗ । ଅଭିଯୁକ୍ତ ହେଲା ବାରଙ୍ଗର ରମେଶ ବେହୁରା । ତାଠାରୁ ପ୍ରାୟ ୬ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ୍‌ ସୁଗାର ଜବତ କରାଯାଇଛି ।

ରମେଶ ପୂର୍ବରୁ ଦୁଇଟି ମାମଲାରେ ଗିରଫ ହୋଇ ଜେଲ୍‌ ଯାଇଥିବା ବେଳେ ଗତ ୨୬ ତାରିଖରେ ଜାମିନରେ ଆସିଥିଲା । କିଛି ଦିନ ତଳେ ବ୍ରାଉନ ସୁଗାର କାରବାର ଅଭିଯୋଗରେ ଜଣେ ବିଟେକ୍ ଛାତ୍ରକୁ ଗିରଫ କରିବାପରେ ତାଠାରୁ ସୁରାକ ପାଇ ବୁଧବାର ବାରଙ୍ଗ ରେଳ ଷ୍ଟେସନ ନିକଟରୁ ରମେଶକୁ ଧରିଥିଲା ଅବକାରୀ ବିଭାଗ ।

Related Posts