‘ସପ୍ତାହକୁ 6 ଦିନରେ ହେବେ 6 ଜଣ ପ୍ରଧାନମନ୍ତ୍ରୀ, ରବିବାର ଛୁଟି’

ଦେଶରେ ଆଗାମୀ ଦିନରେ ସପ୍ତାହରେ ହେବେ 6 ଜଣ ପ୍ରଧାନମନ୍ତ୍ରୀ । ସପ୍ତାହରେ 6 ଦିନ 6ଟି ଦଳର ନେତା ପ୍ରଧାନମନ୍ତ୍ରୀ ହେବେ ଆଉ ଦେଶରେ ରବିବାର ଛୁଟି ରହିବ । ଏମିତି କହି ବହୁ ପ୍ରଚାରିତ ବିରୋଧୀଙ୍କ ମହାମେଣ୍ଟକୁ କଟାକ୍ଷ କରିଛନ୍ତି ବିଜେପି ଅଧ୍ୟକ୍ଷ ।

ଉତ୍ତରପ୍ରଦେଶରେ ବିଜେପିର ବୁଥ୍‌ ଜିତ, ସିଟ୍‌ ଜିତ କାର୍ଯ୍ୟକ୍ରମ ଅବସରରେ ଏକଥା କହିଛନ୍ତି ଅମିତ୍‌ ଶାହା । ଆଗାମୀ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ବିଜେପି ୭୪ଟି ଆସନ ଜିତିବ ବୋଲି ଶାହ କହିଛନ୍ତି ।

ୟୁପିରେ ଗଠନ ହୋଇଥିବା ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟକୁ ଟାର୍ଗେଟ କରି ବିଜେପି ଅଧ୍ୟକ୍ଷ କହିଛନ୍ତି, ମେଣ୍ଟକୁ ଦେଶର ନୁହେଁ କେବଳ ନିଜ ଚିନ୍ତା ଘାରିଛି । ଆଉ ବିଜେପିକୁ ଡରି ଅଖିଳେଶ ଓ ମାୟାବତୀ ମେଣ୍ଟ କରିଛନ୍ତି ।

Related Posts