୩ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ସତ୍ୟପାଠ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଝାଡେଶ୍ୱରପୁର ଗାଁରୁ ବ୍ରାଉନସୁଗାର ଜବତ ହୋଇଛି । ୨୩ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି । ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାର୍ଡ ଆଜି ଭୋରରୁ ଜଳେଶ୍ୱର ଥାନା ଝାଡେଶ୍ୱରପୁର ବସ୍ତିରେ ଛାପା ମାରି ୨୩ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏନେଇ ଜଣକୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ଅନୀଲ ଖଟିକ ଓ ତାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣା ପଡିଛି ।

Related Posts