ବିଜେଡିରେ ମିଶିଲେ ବିଜେପୁରର ପ୍ରଣୟ

ସତ୍ୟପାଠ ବ୍ୟୁରୋ : ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଣୟ ସାହୁ ଆଜି ବିଜେଡିରେ ମିଶିଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ବିଜେପୁର ଉପନିର୍ବାଚନରେ ଯେଉଁ ରୀତା ସାହୁଙ୍କ ଠାରୁ ପ୍ରଣୟ ହାରିଥିଲେ ତାଙ୍କରି ସହ ହାତ ମିଳାଇ ସେ ବିଜେପୁରରେ ବିଜେଡିର ହାତୁମଠା ଟାଣ କରିଛନ୍ତି ।

ଗାଇସିଲାଟ ବ୍ଲକ ଉପାଧ୍ୟକ୍ଷ ଥିବା ପ୍ରଣୟଙ୍କୁ ବିଜେପୁର ଉପନିର୍ବାଚନରେ ପ୍ରାର୍ଥୀ କରିଥିଲା କଂଗ୍ରେସ । ତେବେ ଶୋଚନୀୟ ପରାଜୟ ପରେ ଦଳର ସାଂଗଠନିକ ପଦ୍ଧତିରେ ତାଙ୍କୁ ସାମିଲ କରା ନଯିବା ଓ ପରାଜୟର ବିଶ୍ଳେଷଣ ନହେବା ଗ୍ଲାନିରେ ପ୍ରଣୟ ଦଳ ଛାଡିଥିବା କହିଥିଲେ ।

Related Posts