
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାର୍ବଣ ପୂର୍ବରୁ ଏସଟିଏଫ୍କୁ ମିଳିଲା ବଡ ସଫଳତା। ରାଜଧାନୀରୁ କାବୁ ହେଲା ବ୍ରାଉନସୁଗାର ବେପାରୀ । ଆଜି ଭୁବନେଶ୍ବର ହଳଦୀପଡିଆ ବସ୍ତିରୁ ୧ କେଜି ୧୫୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଟିମ୍ । ଏଥିରେ ଜଡ଼ିତ ବ୍ରାଉନସୁଗାର ବେପାରୀ ସିଦ୍ଧାର୍ଥ ନାୟକକୁ ମଧ୍ୟ ଗିରଫ କରିଛି ପୋଲିସ୍ ।
ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ୧ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହି ରେଡ ନେଇ କ୍ରାଇମବ୍ରାଞ୍ଚ ଡିଆଇଜି ଜୟ ନାରାୟଣ ପଙ୍କଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।