ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ବଡ଼ ନିଷ୍ପତି: କୌଣସି ଟିଭି ଚ୍ୟାନେଲ ବିତର୍କରେ ଭାଗ ନେବେନାହିଁ ଦଳର ନେତା

ବିଏସ୍‌ପି ସୁପ୍ରିମୋ ମାୟାବତୀ ଆଜି ବଡ଼ ପଦକ୍ଷେପ ନେଇଛନ୍ତି । ଏଣିକି ତାଙ୍କ ଦଳର କୌଣସି ବି ନେତାମାନେ ଟିଭି ଚ୍ୟାନେଲ ବିତର୍କରୁ ଦୂରେଇ ରହିବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି | ଚ୍ୟାନେଲ ଗୁଡ଼ିକ ଜାତିଗତ ଏଜେଣ୍ଡାକୁ ନେଇ ବତର୍କ କରୁଥିବାରୁ ଏହା ତାଙ୍କ ଦଳକୁ ନିର୍ବାଚନରେ କ୍ଷତି ପହ୍ନାଚାଉଥିବା ଦର୍ଶାଇ ନିଷ୍ପତି ନେଇଛନ୍ତି |

ତେବେ ତା ପୂର୍ବରୁ ମିଡିଆ ହିଁ ବିଜେପିର ବି’ ଟିମ୍ ବୋଲି ଲୋକଙ୍କ ପାଖରେ ଜାଣିଶୁଣି ଖବର ପହଞ୍ଚାଇଥିଲା। ଏଥିପାଇଁ ମୁସଲିମ ଓ ବିଜେପି ବିରୋଧୀ ଭୋଟ ତାଙ୍କ ପାଖରୁ ଚାଲି ଯାଇଥିବା ମାୟାବତୀ ଶୁକ୍ରବାର ଅଭିଯୋଗ କରିଥିଲେ |

ମାୟାବତୀ ଟ୍ୱିଟ କରି କହିଛନ୍ତି,“ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ମିଡିଆ ସେମାନଙ୍କ ଆକ୍କାମାନଙ୍କ ନିର୍ଦ୍ଦେଶରେ ଜାତିବାଦୀକୁ ନେଇ ଯେଉଁ ତ୍ରୁଟିପୂର୍ଣ୍ଣ ଓ ଘୃଣା ସୃଷ୍ଟି କରିବା ଭଳି ଆଭିମୁଖ୍ୟ ପୋଷଣ କରିଥିଲା, ସେକଥା କାହାକୁ ବି ଅଛପା ନାହିଁ। ଏପରି ଘୃଣାସୃଷ୍ଟିକାରୀ ଆଭିମୁଖ୍ୟ ପୋଷଣ କରି ମିଡିଆ ଆମ୍ବେଦକରବାଦୀ ବିଏସ୍‌ପି ବିପ୍ଳବକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଛି। ମିଡିଆ କ’ଣ ସବୁ କାମ କରିଥିଲା, ସେକଥା ସମସ୍ତେ ଜାଣିଛନ୍ତି।

ଏପରି ସ୍ଥିତିରେ ଦଳର ମୁଖପାତ୍ରମାନଙ୍କୁ ନୂଆ ଦାୟିତ୍ୱ ଦିଆଯିବ। ଏଥିପାଇଁ ଦଳର ସବୁ ପ୍ରବକ୍ତା ସୁଧୀର ଭଦୌରିଆ, ଧର୍ମବୀର ଚୌଧୁରୀ, ଡା ଏମଏଚ୍ ଖାନ, ଫୈଜାନ ଖାନ ଓ ସୀମା କୁଶୱା କୌଣସି ଟିଭି ବିତର୍କ କିମ୍ବା କାର୍ଯ୍ୟକ୍ରମକୁ ଯିବେନାହିଁ ବୋଲି ଚିଠିରେ ସେ ଉଲ୍ଲେଖ କରିଛନ୍ତି ।”

Related Posts