ମାୟାବତୀ ଏବେ ଜେଲରେ ବନ୍ଦୀ ଅଛନ୍ତି ଓ ତାଙ୍କ ଜେଲର ଦିଲ୍ଲୀରେ ବସିଛନ୍ତି: ଅଖିଳେଶ ଯାଦବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆଜି ବିଏସପି ମୁଖ୍ୟ ମାୟାବତୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ଗୁରୁବାର ଜଣେ ସାମ୍ବାଦିକ ଆଖିଲେଙ୍କୁ ପ୍ରଶ୍ନ କରିଥିଲେ ଯେ, ମାୟାବତୀ ବିରୋଧୀ ମେଣ୍ଟରେ ସାମିଲ ହେବେ କି ? ଏହାର ଉତ୍ତରରେ ଅଖିଳେଶ କହିଛନ୍ତି ଯେ, ମାୟାବତୀ ବିଜେପି ସହ ରହିଛନ୍ତି। ବିଜେପି ଯାହା କରିବାକୁ କହେ ମାୟାବତୀ ତାହା କରନ୍ତି। ମାୟାବତୀ ଏପରି ନେତା ଯିଏକି ବିଜେପିକୁ ଲାଭ ଦେବାପାଇଁ କାମ କରୁଛନ୍ତି | ମାୟାବତୀ ଏବେ ଜେଲରେ ବନ୍ଦୀ ଅଛନ୍ତି ଏବଂ ତାଙ୍କ ଜେଲର ଦିଲ୍ଲୀରେ ବସିଛନ୍ତି। ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ ଅଖିଳେଶ କହିଛନ୍ତି ଯେ, ବିଜେପି ଯାହା କହୁଛି ତାହା ବିଏସପି କରୁଛି। ତେଣୁ ମାୟାବତୀଙ୍କ ଟାର୍ଗେଟରେ ବିଜେପି ନୁହେଁ ସପା ହିଁ ରହିଥାଏ | ଏପରିକି ନିର୍ବାଚନରେ ​​ବିଏସପି ଏଭଳି ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଥାଏ, ଯେପରି ସମାଜବାଦୀ ପାର୍ଟି ହରିବ। ସେ ଆହୁରି କହିଛନ୍ତି ଯେ, ଉତ୍ତରପ୍ରଦେଶରେ ଗତ ଦୁଇଟି ବିଧାନସଭା ନିର୍ବାଚନରେ ​​ବିଏସପି ବିଜେପିକୁ ସରକାର ଗଠନ କରିବାରେ ସାହାଯ୍ୟ କରିଛି। ରାଷ୍ଟ୍ରପତି ନିର୍ବାଚନରେ ​​ବିଏସପି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଛି। ସେହିଭଳି ଆଜମଗଡ ଉପ-ନିର୍ବାଚନରେ ​​ସେ ବିଜେପିକୁ ସମର୍ଥନ କରିଥିଲେ । ମାୟାବତୀ ବିଜେପି ସହ ରହିଛନ୍ତି ବୋଲି ଅଖିଳେଶ ଯାଦବ କହିଛନ୍ତି।

ତେବେ ଏହା ପ୍ରଥମ ଥର ନୁହେଁ । ଏହାପୂର୍ବରୁ ମଧ୍ୟ ଅଖିଳେଶ ଯାଦବ ବିଏସପି ଏବଂ ମାୟାବତୀଙ୍କୁ ବିଜେପି ସହ ଜଡିତ ଥିବା ଅଭିଯୋଗ କରିଛନ୍ତି। ତେବେ ଉଲ୍ଲେଖ ଥାଉ କି ୨୦୧୯ ଲୋକସଭା ନିର୍ବାଚନରେ ବିଏସପି ସହ ମିଳିତ ଭାବେ ସପା ପ୍ରତିଦ୍ୱନ୍ଦ୍ୱିତା କରିଥିଲା । ଏହି ନିର୍ବାଚନରେ ​​ପାଞ୍ଚ ଜଣ ଏସପି ପ୍ରାର୍ଥୀ ଏବଂ ୧୦ ଜଣ ବିଏସପି ପ୍ରାର୍ଥୀ ଜିତିଥିଲେ । ଅବଶ୍ୟ ପରେ ଏହି ମେଣ୍ଟ ଭାଙ୍ଗିଯାଇଥିଲା |

Related Posts