ବଜେଟ୍-୨୦୨୩; କ’ଣ ହେବ ମହଙ୍ଗା, କ’ଣ ହେବ ଶସ୍ତା ?

ଭୁବନେଶ୍ୱର,୧/୨(ସତ୍ୟପାଠ ବ୍ୟୁରୋ): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ନିଯୁକ୍ତି ଠାରୁ ଆରମ୍ଭ କରି ଆୟକର କ୍ଷେତ୍ରରେ ବଡ ଘୋଷଣା କରାଯାଇଛି ।ସେହିପରି ଅନେକ ସାମଗ୍ରୀ ଉପରେ ଟିକସ ବୃଦ୍ଧି କରାଯାଇଥିବା ବେଳେ ଅନେକ ସାମଗ୍ରୀରେ ଟିକସ ହ୍ରାସ କରାଯାଇଛି । ମୋବାଇଲ ଶିଳ୍ପରେ ବ୍ୟବହୃତ କ୍ୟାମେରା ଲେନ୍ସ, ବ୍ୟାଟେରୀରେ କଷ୍ଟମ ଡ୍ୟୁଟି ହ୍ରାସ ହୋଇଛି ।

ଟିଭି ପାର୍ଟଗୁଡିକ ଉପରେ ୨.୫ ପ୍ରତିଶତ ଟିକସ ହ୍ରାସ ଘୋଷଣା କରାଯାଇଛି । ଏହି ବଜେଟ୍ ଅନୁସାରେ ଏଣିକି ଷ୍ଟିଲ, ଟିଭି ଶସ୍ତା ହେବ । ବୈଦ୍ୟୁତିକ ଯାନବାହନ (ଇ-ଯାନ) ଶସ୍ତା ହେବ । ମୋବାଇଲ ଫୋନ,ଖେଳନା, କ୍ୟାମେରା ଲେନ୍ସ, ଖେଳନା, ସାଇକେଲ, ଆଟୋ ମୋବାଇଲ ଇତ୍ୟାଦି ଜିନିଷ ଶସ୍ତା ମିଳିବ । ସେହିପରି ଇଲେକ୍ଟ୍ରିକ କିଚେନ ଚିମନିରେ ଆମଦାନୀ ଶୁଳ୍କ ୭.୫ ପ୍ରତିଶତରୁ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି । ଯେଉଁ କାରଣରୁ କିଚେନ୍ ଚିମନି ମହଙ୍ଗା ହେବ । ସିଗାରେଟ ଦାମ୍ ମଧ୍ୟ ବଢିବ । ସୁନା, ରୁପା, ପ୍ଲାଟିନମ ଗହଣା ଉପରେ ଟିକସ ବୃଦ୍ଧି କରାଯାଇଥିବାରୁ ଏହା ଆହୁରି ମହଙ୍ଗା ହେବ ।

Related Posts