ଭୁବନେଶ୍ୱର,୧/୨(ସତ୍ୟପାଠ ବ୍ୟୁରୋ): ୨୦୨୩-୨୪ ବଜେଟ୍‌ରେ ଭାରତୀୟ ରେଳବାଇ ନିମ‌ନ୍ତେ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା କଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ୍‌ ଅଭିଭାଷଣରେ ଘୋଷଣା କରିଛନ୍ତି।ଏହା ହେଉଛି ଆଜି ପର୍ଯ୍ୟନ୍ତ ରେଳବାଇ କ୍ଷେତ୍ରରେ ସବୁଠୁ ଅଧିକ ପୁଞ୍ଜି ବରାଦ। ୨୦୧୩-୧୪ ରେଳବାଇ ବଜେଟ୍‌ର ବ୍ୟୟବରାଦର ୯ଗୁଣ। ତେବେ ରେଲୱେର ନୂଆ ଯୋଜନା ପାଇଁ ୭୫ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ସେହିପରି, ‘ବନ୍ଦେ ଭାରତ ଟ୍ରେନ୍‌’ ଉପରେ ଚଳିତ ବଜେଟ୍‌ ଅଧିକ ଧ୍ୟାନ ଦେବ। ୨୦୨୩ ଅଗ‌ଷ୍ଟ ସୁଦ୍ଧା ୭୫ଟି ‘ବନ୍ଦେ ଭାରତ ଟ୍ରେନ୍‌’ ଚଳାଇବା ପାଇଁ ଭାରତୀୟ ରେଳବାଇ ବ୍ୟବସ୍ଥା କରିଛି। ଖୁବ୍‌ ଶୀଘ୍ର ୨୦୦ ‘ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନ୍‌’ ନିର୍ମାଣ କରିବା ପାଇଁ ଟେଣ୍ଡର୍‌ ଦିଆଯିବ। ଏହାଛଡ଼ା, ଚଳିତ ବଜେଟ୍‌ରେ ୪୦୦ରୁ ୫୦୦ ‘ସେମି-ହାଇସ୍ପିଡ୍‌’ ବନ୍ଦେ ଭାରତ ଟ୍ରେନ୍‌ ଚଳାଚଳ ପାଇଁ ଘୋ‌ଷଣା କରାଯିବ।