ବିଲ୍ଡର ଜମେଶ୍ବର ଶର୍ମା ଗିରଫ

ସତ୍ୟପାଠ ବ୍ୟୁରୋ : ଘର ଦେବାକୁ କହି ଠକେଇ ଅଭିଯୋଗରେ ବିଲ୍ଡର ଜମେଶ୍ବର ଶର୍ମା ଗିରଫ ହୋଇଛନ୍ତି। ବିଲ୍ଡର ଜମେଶ୍ବର ଶର୍ମାଙ୍କୁ ଗିରଫ କରିଛି ଏୟାରଫିଲ୍ଡ ଥାନା ପୋଲିସ। ରାଜେଶ୍ବର ଦାଶ ନାମକ ଜଣେ ବ୍ୟକ୍ତିଙ୍କୁ ଘର ଦେବାକୁ କହି ଠକେଇ କରିଥିଲେ ବିଲଡର।

ସୂଚନାଯୋଗ୍ୟ ଯେ, ୨୦୧୫ ମସିହାରୁ ବିଲ୍ଡର ଜମେଶ୍ବର ଶର୍ମା ଘର ଦେବାକୁ କହି ଅନେକ ଲୋକଙ୍କଠାରୁ ଘର ଦେବାକୁ କହି ଟଙ୍କା ନେଇଥିଲେ । ରାଜେଶ୍ବର ଦାଶ ନାମକ ଜଣେ ବ୍ୟକ୍ତିଙ୍କଠାରୁ ମଧ୍ୟ ଘର ଦେବାକୁ କହି ୩୫ଲକ୍ଷ ଟଙ୍କା ନେଇଥିଲେ । ଏହିଭଳି ଭାବେ ପ୍ରାୟ ୨କୋଟିରୁ ଅଧିକ ଟଙ୍କା ସେ ୩୬ଜଣଙ୍କଠାରୁ ନେଇଥିଲେ । ନଖରା ଅଞ୍ଚଳରେ ଥିବା ଏକ ଜମିରେ ଘର ତିଆରି କରି ଦେବା ପାଇଁ କହି ବିଭିନ୍ନ ଲୋକଙ୍କଠାରୁ ଟଙ୍କା ନେଇଥିଲେ । ମାତ୍ର ଏ ଭିତରେ ଲୋକମାନେ ଘର ନପାଇବାରୁ ରାଜେଶ୍ବର ଦାଶ ନାମକ ଜଣେ ବ୍ୟକ୍ତି ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲ । ଗତକାଲି ରାତିରେ ତାଙ୍କୁ ଏୟାରଫିଲ୍ଡ ଥାନା ପୋଲିସ ଗିରଫ କରିଛି ।

Related Posts