ୟୁପି ପରେ ବର୍ତ୍ତମାନ ଓଡ଼ିଶାରେ ଚାଲିଲା ବୁଲଡୋଜର; ଡେଲାଟା ଛକରେ ଗୁଣ୍ଡାରାଜ ଚଳାଇଥିବା ଲୋକଙ୍କ ଦୋକାନ ଉପରେ ଚଢ଼ିଲା ଵୁଲଡୋଜର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୟୁପି ପରେ ବର୍ତ୍ତମାନ ଓଡ଼ିଶାରେ ଚାଲିଲା ବୁଲଡୋଜର । ଗତକାଲି ଯେଉଁମାନେ ଗତକାଲି ରାତିରେ ଡେଲଟା ଛକରେ ଗୁଣ୍ଡାରାଜ ଚଳାଇଥିଲେ ସେମାନଙ୍କ ଦୋକାନ ଉପରେ ଚଢ଼ିଛି ଵୁଲଡୋଜର। କାଲି ରାତିରେ ଭାଇଗିରି ଜାହିର କରିବାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କ ଗାଡ଼ିକୁ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ। ଯାହାର ପରିଣାମ ସ୍ୱରୁପ ଆଜି ତାଙ୍କ ଦୋକନକୁ ବୁଲଡୋଜରରେ ଭାଙ୍ଗିଛି ଓଡ଼ିଶା ପିଲିସ । ଅନ୍ୟପଟେ ଗତକାଲି ସଂଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଏକ ସ୍କର୍ପିଓ ଖୋର୍ଦ୍ଧାରୁ ଭୁବନେଶ୍ବର ଅଭିମୁଖେ ଫେରୁଥିଲା। ଡେଲ୍ଟା ଛକ ନିକଟରେ ଏକ ସ୍କୁଟିକୁ ସ୍କର୍ପିଓଟି ପଛରୁ ଧକ୍କା ଦେବାରୁ ସେଥିରେ ଥିବା ଜଣେ ଯୁବକ ତଳେ ପଡ଼ି ଯାଇଥିଲେ। ଏହାକୁ ନେଇ କାର୍ ଚାଳକ କାଳୁଙ୍କ ସହ ଉକ୍ତ ଯୁବକଙ୍କ ବଚସା ହୋଇଥିଲା। ଏଥିରେ ରାଗିଯାଇ ଯୁବକଜଣଙ୍କ ପାଖ ବସ୍ତିରେ ଖଟି କରୁଥିବା ଅଭିଯୁକ୍ତ ବାପି ସମେତ କେବିଏନ୍ ଗ୍ୟାଙ୍ଗ୍ର କିଛି ସଦସ୍ୟଙ୍କୁ ଡାକି ଆଣିଥିଲା। କିଛି ସମୟ ମଧ୍ୟରେ ୩ଟି ବାଇକ୍ରେ କିଛି ଯୁବକ ସେଠାରେ ପହଞ୍ଚି ଯାଇଥିଲେ। ଏହା ଦେଖି କାର୍ ଚାଳକଜଣଙ୍କ ଭୟରେ ସେଠାରୁ ଦୌଡ଼ି ପଳାଇଥିଲେ।

ତେବେ ଦୁର୍ବୃତ୍ତମାନେ କାର୍ ଚାଳକଙ୍କୁ ଖୋଜି ନ ପାଇବାରୁ ସେଠାରେ ଥୁଆ ହୋଇଥିବା ସଂପୃକ୍ତ ସ୍କର୍ପିଓ ଉପରେ ତେଲ ଢାଳି ନିଆଁ ଲଗାଇ ଦେଇଥିଲେ। ଗାଡ଼ିର ତେଲ ଟାଙ୍କିରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଏହା ଦେଖି ଆଖପାଖରେ ଥିବା ଲୋକ ଭୟରେ ଦୌଡ଼ାଦୌଡ଼ି କରିଥିଲେ।ପରେ ଦୁର୍ବୃତ୍ତମାନେ ସାଙ୍ଗରେ ଆଣିଥିବା ଖଣ୍ଡା, ଭୁଜାଲି ବୁଲାଇ ଲୋକଙ୍କୁ ଅଶ୍ଲୀଳ ଗାଳିଗୁଲଜ କରିଥିଲେ। ପାଖାପାଖି ୪୫ ମିନିଟ୍ ପର୍ୟ୍ୟନ୍ତ ସେମାନେ ଏପରି ଉତ୍ପାତ କରିଥିଲେ। ଫଳରେ ସେଠାରେ ଏକ ଆତଙ୍କର ବାତାବରଣ ଖେଳି ଯାଇଥିଲା। ଏହାକୁ ସେଠାରେ ଥିବା ଜଣେ ଟ୍ରାଫିକ୍ କର୍ମଚାରୀ କ୍ୟାମେରାରେ କଏଦ୍ କରୁଥିଲେ। ଦୁର୍ବୃତ୍ତମାନଙ୍କ ନଜର ତାଙ୍କ ଉପରେ ପଡ଼ିବାରୁ ସେ ତାଙ୍କୁ ଏକ ଲୁହାଛଡ଼ରେ ଆକ୍ରମଣ କରିବା ସହ ମୋବାଇଲ୍ ଛଡ଼ାଇ ନେଇଥିଲେ। ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରି ପୁଲିସ୍ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିବା ଜଣାଯାଇଛି।

Related Posts