ଟି୨୦ ବିଶ୍ୱକପ୍‌ରେ ବୁମ୍‌ରା ଓ ଜାଡେଜାଙ୍କ ଅନୁପସ୍ଥିତି ଦଳକୁ ନୂତନ ଚାମ୍ପିୟନ ଖୋଜିବାର ସୁଯୋଗ ଦେବ: ରବି ଶାସ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ଟି୨୦ ବିଶ୍ୱକପ୍‌ରୁ ଭାରତୀୟ ଟିମ୍‌ର ଷ୍ଟାର ବୋଲର ଜସପ୍ରୀତ ବୁମ୍‌ରା ଏବଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆହତ କାରଣରୁ ଦଳରୁ ବାଦ୍ ପଡିଛନ୍ତି। ହେଲେ ଏହାଦ୍ୱାରା ନୂତନ ଚାମ୍ପିୟନ ଖୋଜିବାର ସୁଯୋଗ ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି ଭାରତର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ଆହତ ସମସ୍ୟାକୁ ନେଇ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍‌ରେ ବୁମ୍‌ରା ଏବଂ ଜାଡେଜା ଖେଳିପାରିବେ ନାହିଁ।

ଏହାକୁ ନେଇ ଭାରତ ଅସୁବିଧାର ସମ୍ମୁଖୀନ ହେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଶାସ୍ତ୍ରୀ କହିଛନ୍ତି, ଟି୨୦ ବିଶ୍ୱକପ୍‌ରେ ବୁମ୍‌ରା ଦଳରେ ରେ ନଥିବେ, ଜାଡେଜା ନଥିବେ। ଏହାଦ୍ୱାରା ଟିମ୍‌ ପ୍ରଭାବିତ ହେବ। ହେଲେ ନୂତନ ଚାମ୍ପିୟନ ଖୋଜିବାର ସୁଯୋଗ ମିଳିବ। ବୁମ୍‌ରାଙ୍କ ଆଘାତ ଦୁର୍ଭାଗ୍ୟଜନକ। ଅତ୍ୟଧିକ କ୍ରିକେଟ ଖେଳାଯାଉଛି। ଏଥିଯୋଗୁ ଖେଳାଳିମାନେ ଆହତ ହେଉଛନ୍ତି। ସେ ଆହତ ହୋଇଥିଲେ ମଧ୍ୟ ଆଉ କାହା ପାଇଁ ଏହା ସୁଯୋଗ ହୋଇପାରେ। ଆହତ ମାମଲାରେ ଆପଣ କିଛି ବି କରିପାରିବେ ନାହିଁ ବୋଲି ଶାସ୍ତ୍ରୀ କହିଛନ୍ତି।

ତେବେ ବୁମ୍‌ରାଙ୍କ ସ୍ଥାନରେ ଏପର୍ଯ୍ୟନ୍ତ କୌଣସି ନୂତନ ଖେଳାଳିଙ୍କୁ ଚୟନ କରାଯାଇନାହିଁ। ହେଲେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ସଙ୍କେତ ଅନୁଯାୟୀ ମହମ୍ମଦ ଶାମି ଯଦି କୋଭିଡ-୧୯ରୁ ସୁସ୍ଥ ହୋଇ ସଂପୂର୍ଣ୍ଣ ଫିଟ୍‌ନେସ୍‌ ହାସଲ କରନ୍ତି ତେବେ ତାଙ୍କୁ ଦଳରେ ଖେଳାଯାଇପାରିବ। ସେ ଜୁଲାଇରୁ ପ୍ରତିଯୋଗିତାମୂଳକ କ୍ରିକେଟ ଖେଳିନାହାନ୍ତି। ହେଲେ ଅଷ୍ଟ୍ରେଲିଆରେ ଖେଳିବାର ଅଭିଜ୍ଞତା କାମରେ ଆସିପାରେ ବୋଲି ଶାସ୍ତ୍ରୀ ବିଶ୍ୱାସ କରୁଥିବା କହିଛନ୍ତି।

Related Posts