ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ବଢିଚାଲିଛି ନିର୍ବାଚନୀ ପରବର୍ତ୍ତୀ ହିଂସା । ଏହା ମଧ୍ୟରେ ସନ୍ଦେଶଖାଲି TMC କାର୍ଯ୍ୟାଳୟରୁ ମିଳିଲା ବଣ୍ଡଲ ବଣ୍ଡଲ ଧଳାଶାଢୀ । ବିରୋଧୀଙ୍କୁ ଧମକାଇବାକୁ ଶାଢ଼ୀ ସହ ପଠାଯାଉଥିଲା ଧୂପକାଠି ଓ ଫୁଲ । ବିରୋଧୀ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରିବା ଓ ସେମାନଙ୍କ ପତ୍ନୀଙ୍କୁ ବିଧବା କରିବାର ଏହା ଏକ ସୁଚିନ୍ତିତ ଚାଲଥିଲା ବୋଲି ଏବେ ବିଜେପି ଅଭିଯୋଗ କରୁଛି। ସେପଟେ ବେଙ୍ଗଲ ସଂସ୍କୃତିରେ ଧଳା ସାଢ଼ୀ ବିଧବା ମହିଳାମାନେ ପିନ୍ଧନ୍ତି। ଟିଏମସି ଏହାକୁ ରାଜନୀତିରେ ଧମକାଇବାକୁ ଅସ୍ତ୍ର କରିଥିଲା। ସନ୍ଦେଶଖାଲି ମହିଳାମାନେ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ସେମାନଙ୍କୁ ଧଳା ଶାଢୀ, ଧୂପକାଠୀ ଓ ଫୁଲ ଦିଆଯାଇଥିଲା। ଏହାର ସିଧା ଅର୍ଥ ଥିଲା ଟିଏମସିକୁ ଭୋଟ ଦିଅ ନଚେତ ନିଜନିଜ ସ୍ୱାମୀଙ୍କ ଶେଷ ଯାତ୍ରା ପ୍ରସ୍ତୁତି କରିନିଅ। ଏହା ମହିଳାଙ୍କୁ ମାନସିକ ରୂପେ ଭାଙ୍ଗିବା ଓ ସେମାନଙ୍କ ସୁହାଗ ସିନ୍ଦୁର ଛଡେଇବାର ନିଷ୍ଠୁର ଧମକ ବୋଲି ଏବେ କୁହାଯାଉଛି।
କେବଳ ଶାଢ଼ୀ ନୁହେଁ ଘରକୁ ପ୍ୟାକେଟରେ ଧୂପକାଠି ଓ ଫୁଲ ବି ପଠାଉଥିଲେ। ବିଜେପି କାର୍ଯ୍ୟକର୍ତ୍ତାଙ୍କ ଅନୁସାରେ ଟିଏମସି ଗୁଣ୍ଡା ଘରକୁ ପଠାଉଥିବା ଉପହାର ସହ ପତ୍ର ବି ଦେଉଥିଲେ। ଏଥିରେ ମେ ୪ ତାରିଖ ପରେ ଦେଖିନେବୁ ବୋଲି ଧମକ ଦେଉଥିଲେ। ସ୍ଥାନୀୟ ଲୋକେ କହିଛନ୍ତି ଯେ ଏହା ଏକ ମନୋବୈଜ୍ଞାନିକ ଯୁଦ୍ଧ। ଯେଉଁଥିରେ ବିରୋଧରେ ଥିବା ଲୋକଙ୍କ ମହିଳାଙ୍କୁ ଧମକା ଯାଉଥିଲା ଯଦି ସେମାନେ ଟିଏମସିକୁ ବିରୋଧ କରନ୍ତି ତେବେ ଧଳା ସାଢୀ଼ ପିନ୍ଧିବାକୁ ପଡିବ।
