ମହିଳାଙ୍କ ଅର୍ଧଦଗ୍ଧ ମୃତଦେହ ଉଦ୍ଧାର

ସତ୍ୟପାଠ ବ୍ୟୁରୋ : ଖୋର୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ନିକଟରୁ ଜଣେ ମହିଳାଙ୍କ ଅର୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କୁ କେହି ଦୁର୍ବୃତ ଜାଳିଦେଇଥିବା ସନ୍ଦେହ କରାଯାଉଛି ।

ଆଜି ସକାଳେ ବାଲୁଗାଁ ସରନଇ ନିକଟରେ ଥିବା ଏକ ବଗିଚାରୁ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତଦେହ ଅର୍ଧଦଗ୍ଧ ଅବସ୍ଥାରେ ରହିଥିଲା । ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଆସି ମୃତଦେହକୁ ଜବତ କରି ପୋଷ୍ଟମଟର୍ମ ପାଇଁ ପଠାଇଛି । କେହି ବ୍ୟକ୍ତି ଟାୟାର ଜାଳି ମହିଳାଙ୍କୁ ଜାଳି ଦେଇଥିବା ସନ୍ଦେହ କରାଯାଉଛି । ମୃତଦେହର ଉପରି ଭାଗ ସଂପୂର୍ଣ୍ଣ ଜଳି ଜାଳିଥିବାରୁ ଏହାକୁ ଚିହ୍ନଟ କରିବା କଷ୍ଟକର ହୋଇପଡିଛି ।

Related Posts