ତିଗିରିଆ ରେଂଜରେ ହାତୀ ଉପଦ୍ରବ

ସତ୍ୟପାଠ ବ୍ୟୁରୋ : କଟକ ଆଠଗଡ ବନଖଣ୍ଡ ତିଗିରିଆ ରେଂଜରେ ହାତୀ ଉପଦ୍ରବ । ଶୌଚ ହେବାକୁ ଯାଇଥିବା ଯୁବକକୁ କଚାଡି ମାରିଦେଲା ହାତୀ । ମୃତକ ହରିଡାପଶି ଗାଁର କାଳିଆ ବେହେରା ବୋଲି ଜଣାପଡିଛି । ତେବେ ହାତୀ ଉପଦ୍ରବକୁ ନେଇ ଉତ୍ୟକ୍ତ ଲୋକେ କିଛି ସମୟ ପାଇଁ ରେଂଜରଙ୍କୁ ଅଟକ ରଖିଥିଲେ ।

ମିଳିଥିବା ସୂଚନା ଅନୁସାରେ ଆଜି ଭୋରୁ ଶୌଚ ହେବାକୁ ଯାଇଥିଲେ କାଳିଆ । ଏହି ସମୟରେ ଆକ୍ରମଣ କରିଥିଲା ହାତୀ । ତେବେ ଲୋକଙ୍କ ଆକ୍ରୋଶରୁ ବର୍ତ୍ତୀ ନଥିଲେ ଘଟଣାର ତଦାରଖ କରିବାକୁ ଆସିଥିବା ରେଂଜର ଓ ବନ କର୍ମଚାରୀ । ଗାଁରେ ସେମାନଙ୍କୁ କିଛି ସମୟ ଅଟକ ରଖାଯିବା ପରେ ପୁଲିସ ହସ୍ତକ୍ଷେପରେ ଛଡା ଯାଇଥିଲା । ମୃତକଙ୍କ ପରିବାରକୁ କ୍ଷତିପୁରଣ ଦାବୀ କରିଛନ୍ତି ଗାଁଲୋକେ ।

ତିନିଦିନ ହେଲାଣି ଉପଦ୍ରବ କରୁଛି ଝାଡଖଣ୍ଡୀ ହାତୀ । ଘର ଭାଙ୍ଗି ଦଳି ପକାଉଛି । ଘରେ ପଶି ଧାନ ଚାଉଳ ଖାଇ ଦେଉଥିବା ଅଭିଯୋଗ ହେଉଥିଲେ ବି ବନବିଭାଗ ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି ।

Related Posts