ଓଲଟିଲା ଅଳଙ୍କାର ବସ, ୨୫ ଯାତ୍ରୀ ଆହତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭଗିଆ ଛକ ନିକଟରେ ଅଳଙ୍କାର ନାମକ ଏକ ବସ୍‌ଟି ୧୬ ନମ୍ବର ଜାତୀୟ ରାଜପଥରେ ବସ ଓଲଟି ପଡ଼ିଛି । ଆଜି ଭୋରୁ ବସ୍‌ଟି ଓଲଟି ପଡ଼ିବାରୁ ୨୫ରୁ ଅଧିକ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଏଠାରେ ସୂଚନାଯୋଗ୍ୟ ଅଳଙ୍କାର ନାମକ ଏକ ବସ୍‌ ବାରିପଦାର ଗୋରୁମହିଷାଣୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଫଳରେ ଆଜି ଭୋରୁ ଭାରସମ୍ୟ ହରାଇ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଭଗିଆ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ବସ ଓଲଟି ପଡ଼ିଛି । ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ବସ୍‌ଟି ଦ୍ରୁତ ଗତିରେ ଯାଉଥିବା କାରଣରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ସନ୍ଦେହ କରାଯାଉଛି । ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଆହତମାନଙ୍କୁ ଉଦ୍ଧାର କରି ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ତେବେ ଆହତଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । କିଛି ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ବସ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି ।

Related Posts