ବଦଳିଲା ପିପିଲି ଉପନିର୍ବାଚନ ତାରିଖ


(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ମେ ୧୩ ରେ ହେବନାହିଁ ପିପିଲି ଉପନିର୍ବାଚନ । ଏନେଇ ଘୋଷଣା କଲେ ରାଜ୍ୟ ନିର୍ବାଚନ ଅଧିକାରୀ । ସେହିଦିନ ଇଦ୍‌-ଉଲ୍‌-ଫିତର ପଡୁଥିବାରୁ ୧୬ ତାରିଖକୁ ପରିବର୍ତ୍ତନ କରାଯାଇଛି । ଅନ୍ୟପଟେ କରୋନା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ବ୍ୟାପକ କଟକଣା ଲାଗୁ କରିଛନ୍ତି ।
ପିପିଲିରେ କୋଭିଡ ଗାଇଡଲାଇନକୁ ଅନୁପାଳନ କରାଯିବ ସହ ସମସ୍ତ କଟକଣାକୁ ଦୃଷ୍ଟିରେ ରଖି ନିର୍ବାଚନ କରାଯିବ । ସେପଟେ ଯେହେତୁ ତାରିଖ ଘୁଞ୍ଚାଯାଇଛି ଭୋଟରଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯିବା ନେଇ ମୁଖ୍ୟ ନିର୍ବାଚନ କମିଶନ ପ୍ରକାଶ କରିଛନ୍ତି । ପୁର୍ବରୂୁ ଯେଉଁ ଭଳି ଭାବରେ ସଭା, ସମିତି, କିମ୍ବା ପ୍ରଚାର କରାଯାଉଥିଲା ତାହା ଉପରେ ରୋକ ଲଗାଇଛନ୍ତି ନିର୍ବାଚନ କମିଶନ । ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳ ପ୍ରଚାର କରି ପାରିବେ ବୋଲି ନିର୍ବାଚନ କମିଶନର କହିଛନ୍ତି । ଭୋଟରମାନଙ୍କ ହାତ ସାନେଟାଇଜ କରାଯିବ, ମାସ୍କ ପିନ୍ଧିବେ, ପ୍ରଚାରରେ ସାମିଲ୍ ଦଳୀୟ କର୍ମୀଙ୍କୁ ମାସ୍କ, ସାନିଟାଇଜର ଦିଆଯିବ । ଏ ସବୁ ପ୍ରର୍ଥୀଙ୍କ ନିର୍ବାଚନ ଖର୍ଚରେ ପକାଯିବ । କୌଣସି ପ୍ରାର୍ଥୀଙ୍କୁ ରାଲି କରିବାକୁ ଅନୁମତି ଦିଆଯିବ ନାହିଁ । ଭୋଟିଂର ୭୨ ଘଣ୍ଟା ପୁର୍ବରୁ ପ୍ରଚାର ବନ୍ଦ ରହିବ ବୋଲି ନିର୍ବାଚନ କମିଶନ କହିଛନ୍ତି ।

Related Posts