କ୍ୟାଡର ମାଓବାଦୀ ଗିରଫ

ସତ୍ୟପାଠ ବ୍ୟୁରୋ : ମାଲକାନଗିରି ପୁଲିସକୁ ଏକ ବଡ ସଫଳତା ମିଳିଛି । କ୍ୟାଡର ମାଓବାଦୀ ଚନ୍ଦ୍ର ସିସା ଓରଫ ଚନ୍ଦନକୁ ଧରିବାରେ ସକ୍ଷମ ହୋଇଛି ପୁଲିସ । ଏନେଇ ମାଲକାନଗିରି ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।

ସ୍ୱାଭିମାନ ଅଂଚଳରେ ମାଲକାନଗିରି ପୁଲିସ ଓ ବିଏସଏଫ ପକ୍ଷରୁ ମିଳିତ ଚଢ଼ାଉ ସମୟରେ ଚନ୍ଦ୍ରକୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି । ଆନ୍ଧ୍ର-ଓଡିଶା ଜୋନାଲ ବର୍ଡର କମିଟିର ସକ୍ରିୟ ସଦସ୍ୟ ଥିଲା ଚନ୍ଦଅ । ତା ନାଁରେ ପୂର୍ବରୁ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଗିରଫ ପରେ ଚନ୍ଦ୍ରକୁ କୋର୍ଟ ଚାଲାଣ କରାଯାଇଛି ।

Related Posts