ପାଇକମାଳକୁ NAC ଦାବି ଓ ହସ୍ପିଟାଲକୁ CHC ଦାବିରେ ୪୮ ଘଣ୍ଟା ବନ୍ଦ ଡାକରା

ପାଇକମାଳ : ପାଇକମାଳକୁ NAC ଦାବି ଓ ପାଇକମାଳ ହସ୍ପିଟାଲକୁ CHC ଦାବିରେ ତେଜିଛି ଅସନ୍ତୋଷ । ଫଳରେ ୪୮ ଘଣ୍ଟିଆ ପାଇକମାଳ ବନ୍ଦ ଡାକରା ଦିଆଯାଇଛି ।

ତାଙ୍କର ଏହି ଦାବି ଯଦି ନ ପୂରଣ ନହୁଏ ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯିବ । ଏମିତି ଚେତାବନୀ ଦେଇଛନ୍ତି ବିକ୍ଷୋଭକାରୀ । ପୂର୍ବରୁ ଦୁଇଦିନ ହେବ ଧାରଣାରେ ବସିଥିଲେ ପାଇକମାଳର ଜନ ସାଧାରଣ । ତେବେ କେହି ନଶୁଣିବାରୁ ଆଜି ଏହି ବନ୍ଦ ଡାକରା ଦିଆଯାଇଛି ।

ଅନ୍ୟପଟେ ଏହି ବନ୍ଦ ଡାକରାକୁ ନେଇ ରାସ୍ତାଘାଟ ଶୁନଶାନ୍ ହୋଇପଡିଛି । ଦୋକାନ ଓ ବଜାର ବନ୍ଦ ଥିବା ଦେଖିବାକୁ ମିଳିଛି ।

Related Posts