ଜୁନ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ; ହେଡକ୍ୱାଟର ନଛାଡ଼ିବାକୁ ନିର୍ଦ୍ଦେଶ

 

ଭୁବନେଶ୍ୱର,୧୧/୬(ସତ୍ୟପାଠ ବ୍ୟୁରୋ): ଜୁନ୍‌ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ଏନେଇ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ମିଳିଛି । ସାଧାରଣ ପ୍ରଶାସନ ବିଭାଗ ଏସିଏସ୍‌ଙ୍କ ପକ୍ଷରୁ ଚିଠି ହେଲା । ନୂଆ ସରକାର ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଚାଲିବ, ସେଥିପାଇଁ ୩୦ ପର୍ଯ୍ୟନ୍ତ କାହାରିକୁ ଛୁଟି ନଦେବାକୁ ନିର୍ଦ୍ଦେଶ ରହିଛି । ହେଡ୍‌କ୍ୱାର୍ଟର ନଛାଡ଼ିବାକୁ ମଧ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଗଲା ।

ଏମିତିକି ସରକାରୀ ଛୁଟି ଦିନରେ ବି ଅନୁପସ୍ଥିତ ନରହିବାକୁ କୁହାଗଲା । ଏପଟେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଛିଣ୍ତିନି ମୁଖ୍ୟମନ୍ତ୍ରୀ ଅଙ୍କ । କିଏ ହେବ, ତାହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସସ୍‌ପେନ୍ସ ଲାଗିରହିଛି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏନେଇ ବୈଠକ ଚାଲିଛି ।

Related Posts