ମହାନଗର ନିଗମରେ ମେୟର ପଦବି ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ଖର୍ଚ୍ଚ କରିପାରିବେ ୧୨ ଲକ୍ଷ ଟଙ୍କା: ନିର୍ବାଚନ କମିଶନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ମହାନଗର ନିଗମରେ ମେୟର ପଦବି ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ଖର୍ଚ୍ଚ କରିପାରିବେ ୧୨ ଲକ୍ଷ ଟଙ୍କା । ଏହା ସହ ରାଜ୍ୟ ନିର୍ବାଚନ କମିଶନ ପ୍ରାର୍ଥୀମାନଙ୍କ ନିମନ୍ତେ ଗାଡ଼ିର ବ୍ୟବହାର ଓ ନିର୍ବାଚନୀ ଖର୍ଚ୍ଚ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତିା ପ୍ରତ୍ୟେକ ଓ୍ୱାର୍ଡର କାଉନସିଲର କର୍ପୋରେଟର ପଦବି ନିମନ୍ତେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ତିନିଚକିଆ ଓ ଚାରିଚକିଆ ଗାଡ଼ିକୁ ମିଶାଇ ସର୍ବାଧିକ ଦୁଇଟି ଗାଡ଼ି ବ୍ୟବହାର କରିପାରିବୋ ବିଜ୍ଞାପିତ ଅଞ୍ଚଳ ପରିଷଦ/ମୁନିସିପାଲିଟି ଅଞ୍ଚଳ ମଧ୍ୟରେ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ତିନିଚକିଆ ଓ ଚାରିଚକିଆ ଗାଡ଼ି ମିଶାଇ ସର୍ବାଧିକ ଚାରୋଟି ଗାଡ଼ି ବ୍ୟବହାର କରିପାରିବେ ବୋଲି ନିର୍ବାଚନ କମିସନ ନିର୍ଦ୍ଦେଶନାମା ଜାରି କରିଛନ୍ତିା ସେହିପରି ମହାନଗର ନିଗମ ଅଞ୍ଚଳ ମଧ୍ୟରେ ମେୟର ପଦବି ଲାଗି ପ୍ରତିଦ୍ୱନ୍ଦ୍ବିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୬ଟି (ତିନିଚକିଆ ଓ ଚାରିଚକିଆ ଯାନ ସହ) ବ୍ୟବହାର କରିପାରିବେ ବୋଲି ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତିା

ସଂପୃକ୍ତ ରାଜନୈତିକ ଦଳମାନେ ପ୍ରତ୍ୟେକ ମହାନଗର ନିଗମ ଓ ମୁନିସିପାଲିଟି ଅଞ୍ଚଳ ପାଇଁ ନିର୍ବାଚନ କାର୍ଯ୍ୟରେଦୁଇଟି ଚାରିଚକିଆ ଗାଡ଼ି ବ୍ୟବହାର କରିପାରିବୋ ପ୍ରାର୍ଥୀମାନେ କେଉଁ ପ୍ରକାରର ଗାଡ଼ି, ଗାଡ଼ିର ପଞ୍ଜିକରଣ ନମ୍ବର ଓ ଗାଡ଼ିର ମାଲିକ ସଂପର୍କରେ ନିର୍ବାଚନ କାର୍ଯ୍ୟରେ ବ୍ୟବହାର ପୂର୍ବରୁ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇବୋ ପୌର ନିର୍ବାଚନରେ ପ୍ରାର୍ଥୀମାନେ ଓଡ଼ିଶା ମୁନିସିପାଲିଟି ଅଧିନିୟମ ୧୯୫୦ର ଧାରା ୧୭ (କ)ର ଉପଧାରା ଅନୁସାରେ ୫୦ ହଜାର ଜନସଂଖ୍ୟାବିଶିଷ୍ଟ ବିଜ୍ଞାପିତ ଅଞ୍ଚଳ ପରିଷଦ/ମୁନିସିପାଲିଟି ଅଞ୍ଚଳ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା କାଉନ୍ସିଲର/କର୍ପୋରେଟର ପ୍ରାର୍ଥୀମାନେ ସର୍ବାଧିକ ୫୦ ହଜାର ଟଙ୍କା ଓ ଅଧ୍ୟକ୍ଷ ପଦବି ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବୋ ୫୦ ହଜାରରୁ ଏକ ଲକ୍ଷ ଜନସଂଖ୍ୟାବିଶିଷ୍ଟ ମୁନିସିପାଲିଟି ଅଞ୍ଚଳରେ କାଉନ୍ସିଲର/କର୍ପୋରେଟର ପଦବି ନିମନ୍ତେ ପ୍ରତିଦ୍ୱନ୍ଦ୍ବିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୭୫ ହଜାର ଟଙ୍କା ଓ ଅଧ୍ୟକ୍ଷ/ମେୟର ପଦବି ନିମନ୍ତେ ପ୍ରତିଦ୍ୱନ୍ଦ୍ବିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୩ ଲକ୍ଷ ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିପାରିବୋ

ସେହିପରି ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ମୁନିସିପାଲିଟି ଅଞ୍ଚଳରେ କାଉନ୍ସିଲର/କର୍ପୋରେଟର ପଦବି ନିମନ୍ତେ ପ୍ରାର୍ଥୀମାନେ ସର୍ବାଧିକ ୧ ଲକ୍ଷ ଓ ଅଧ୍ୟକ୍ଷ/ମେୟର ପଦବି ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୫ ଲକ୍ଷ ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିପାରିବୋ ସେହିପରି ମହାନଗର ନିଗମର କର୍ପୋରେଟର ପଦବି ନିମନ୍ତେ ପ୍ରାର୍ଥୀମାନେ ସର୍ବାଧିକ ୨ ଲକ୍ଷ ଓ ମେୟର ପଦବି ନିମନ୍ତେ ପ୍ରତିଦ୍ୱନ୍ଦ୍ବିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୧୨ ଲକ୍ଷ ଟଙ୍କା ନିର୍ବାଚନୀ ଖର୍ଚ୍ଚ କରିପାରିବେ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତିା

Related Posts