ଜମତରା ଗ୍ୟାଙ୍ଗର ତିନି ସଦସ୍ୟ ଗିରଫ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜମତରା ଗ୍ୟାଙ୍ଗର ତିନି ସଦସ୍ୟ ଗିରଫ । ସମ୍ବଲପୁର ଅଇଁଠାପାଲୀ ପୁଲିସ ଏହି ଗ୍ୟାଙ୍ଗର ତିନି ଜଣ ସଦସ୍ୟଙ୍କୁ ଗିରଫ କରିଥିବାର ସୂଚନା ମିଳିଛି । ଗିରଫ ଅଭିଯୁକ୍ତମାନେ ହେଲେ ଝାଡଖଣ୍ଡର ରହମତ ଅନସାରୀ, ଝାଡଖଣ୍ଡର ବିଶାଲ ପାଣ୍ଡେ, ବିହାରର ଶେଖର ଗୌତମ । ପୋଲିସ ଅଭିଯୁକ୍ତଙ୍କଠାରୁ ୧ ଲକ୍ଷ ୧୩ ହଜାର ୨୦୦ ଟଙ୍କା, ଗୋଟିଏ ଲାପଟପ, ବିଭିନ୍ନ କମ୍ପାନୀର ୯ଟି ମୋବାଇଲ, ବିଭିନ୍ନ ବ୍ୟାଙ୍କର ଏଟିଏମ କାର୍ଡ ଜବତ କରିଛି । ସୂଚନାଯୋଗ୍ୟ ଯେ, ସମ୍ବଲପୁର ଅନୁଗୁଳିଆପଡାର ସରୋଜ ଦାସଙ୍କଠାରୁ ଏମାନେ ୨ ଲକ୍ଷ ଟଙ୍କା ସାଇବର ଠକେଇ ମାଧ୍ୟମରେ ଲୁଟ୍ କରିବା ପରେ ସରୋଜ ସମ୍ବଲପୁର ଅଇଁଠାପାଲୀ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ପୋଲିସ ଏମାନଙ୍କୁ ଧରିବାରେ ସଫଳ ହୋଇଛି । ଗତ ୬ ତାରିଖରେ ସରୋଜ ଲୋନ ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିବା ପରେ ତାହା ସଫଳ ହୋଇଥିଲା । ହେଲେ କିସ୍ତି ସୁଝିବା ପାଇଁ ଆବଶ୍ୟକ ପ୍ରକ୍ରିୟା ଶେଷ କରିବା ପାଇଁ ସରୋଜଙ୍କୁ ଫୋନ୍ କରି କହିଥିଲେ ଏମାନେ । ଫଳରେ ଆବଶ୍ୟକ ପ୍ରକ୍ରିୟା ସରୋଜ ଶେଷ କରି ନପାରିବାରୁ ଏମାନେ ସରୋଜଙ୍କୁ ଏନି ଡେକ୍ସ ଆପ୍ଲିକେସନ ଡାଉନଲୋଡ କରିବା ପାଇଁ କହିବା ସହ ପରେ ପଇସା ଲୁଟି ନେଇଥିଲେ ।

Related Posts