
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ୟାମେରାମ୍ୟାନ ମାନସଙ୍କ ପତ୍ନୀଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ କ୍ୟାପଟେନ ଦିବ୍ୟଶଙ୍କର । ଆଜି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ନେଇଛନ୍ତି ମୃତ ମାନସଙ୍କ ପତ୍ନୀ। ଆଉ କହିଥିଲେ, ମାନସ ହତ୍ୟାରେ ଏହି ଦୁଇ ମନ୍ତ୍ରୀଙ୍କ ହାତ ରହିଛି। ଏମାନଙ୍କୁ ଗିରଫ କରାଯାଉ ବୋଲି ମାନସଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।
ମାନସଙ୍କ ପତ୍ନୀଙ୍କ ପତ୍ନୀଙ୍କ ଅଭିଯୋଗ ପରେ ପ୍ରଥମ ଥର ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଆପଣମାନେ ସତ୍ୟ କଣ ସବୁ ଜାଣିଛନ୍ତି। ବିଜେଡି ଗୋଟିଏ ଅତ୍ୟନ୍ତ ଶୃଙ୍ଖଳିତ ଦଳ। ଆମେ ଅନୁଶାସନ ଭିତରେ ରହି ବିଧିବ୍ୟବସ୍ଥା ମାନି ରାଜନୀତି କରୁ। ନିଶ୍ଚିତ ଭାବେ ବିଜେଡି ଆଇନକୁ ଅନୁପାଳନ କରିବ ବୋଲି ଦିବ୍ୟଶଙ୍କର କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ଏହ ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିଛି ।