୨୦୨୪ ସୁଦ୍ଧା ଆମେରିକା ପରି ହେବ ଭାରତର ସଡ଼କ: ନିତିନ ଗଡକାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୦୨୪ ସୁଦ୍ଧା ଆମେରିକା ପରି ହେବ ଭାରତର ସଡ଼କ । ଲୋକସଭାରେ କେନ୍ଦ୍ରୀୟ ମନ୍ତ୍ରୀ ନିତିନ ଗଡ଼କରୀ ଏପରି କହିଥିବାର ଦେଖିବାକୁ ମିଳିଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସଡ଼କ ଭିତ୍ତିଭୂମି ସୁଦୃଢ ହେଲେ ଦେଶରେ କୃଷି ସହ ପର୍ୟ୍ୟଟନ ଏବଂ ରୋଜଗାରର ସୁଯୋଗ ବୃଦ୍ଧି ପାଇବ। ବଜେଟରେ କେନ୍ଦ୍ର ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟକୁ ଆବଣ୍ଟିତ ଅର୍ଥରାଶି ଉପରେ ଲୋକସଭାରେ ଆଲୋଚନା ଜାରି ରହିଛି। ଏଥିରେ ଭାଗ ନେଇ କେନ୍ଦ୍ରମନ୍ତ୍ରୀ ଲେଖ, ଲଦ୍ଦାଖ ଏବଂ ଶ୍ରୀନଗରରେ ଆରମ୍ଭ ହୋଇଥିବା ଯୋଜନା ସମ୍ପର୍କରେ ଗୃହକୁ ଅଗବତ କରାଇଥିଲେ । ଚଳିତ ବର୍ଷ ଶେଷ ସୁଦ୍ଧା ଶ୍ରୀନଗରରୁ ମୁମ୍ୱାଇର ସଡ଼କ ଯାତ୍ର ମାତ୍ର ୨୦ ଘଣ୍ଟାରେ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଗୃହକୁ ବିଶ୍ୱାସ ଦେଇଛନ୍ତି। ଜମ୍ମୁ କଶ୍ମୀରରେ ୭ ହଜାର କୋଟି ଟଙ୍କା ପ୍ରକଳ୍ପ କାର୍ୟ୍ୟକାରୀ ହେଉଛି। ଜୋଜିଲା ଟର୍ଣ୍ଣଲ ଭିତରେ ବିଯୁକ୍ତ ୮ ଡିଗ୍ରୀ ସେଲସିୟସ ପ୍ରାୟ ୧୦୦୦ ଲୋକ କାମ କରୁଛନ୍ତି। ଦିଲ୍ଲୀ-ଅମୃତସର-କଟରା ହାଇୱେ କାମ ଆରମ୍ଭ ହୋଇସାରିଛି।

ଏହାସହ ନିକଟ ଭବିଷ୍ୟତରେ ମାତ୍ର ୨ ଘଣ୍ଟାରେ ଲୋକେ ଚେନ୍ନାଇରୁ ବେଙ୍ଗାଲୁରୁରେ ପହଞ୍ଚିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି, ‘ମୁଁ ଅନେକଥର କହିସାରିଛି, ଆମର ସମୃଦ୍ଧି ଆମର ସଡ଼କ ସହ ଜଡିତ ରହିଛି । ଜନ କେନେଡୀଙ୍କ ଏକ ଉକ୍ତିକୁ ସବୁବେଳେ ମନେ ରଖୁଛି। ସେ କହିଥିଲେ, ଆମେରିକା ରାସ୍ତା ଭଲ ପଛର କାରଣ ଆମେରିକା ଧାନୀ ତାହା ନୁହେଁ ବରଂ ଆମେରିକାର ଭଳ ସଡ଼କ ପାଇଁ ଆମେରିକା ଧନୀ। ଭାରତକୁ ସମୃଦ୍ଧ କରିବା ପାଇଁ ୨୦୨୪ ଡିସେମ୍ୱର ସୁଦ୍ଧା ଭାରତର ସଡ଼କ ପଥ ଗୁଡିକ ଆମେରିକାର ପରି ହେବ’। ଏ ଖବର ସାମ୍ନାକୁ ଆସିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts