ନବରଙ୍ଗପୁର ପାଇକକତ୍ରା ଗାଁରେ ଅଘଟଣ: ପୋଖରୀରେ ବୁଡି ଦୁଇ ଶିଶୁଙ୍କର ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ପାଇକକତ୍ରା ଗାଁରେ ଅଘଟଣ । ପୋଖରୀରେ ବୁଡି ଯାଇ ଚାଲିଯାଇଛି ଦୁଇ ଶିଶୁଙ୍କର ଜୀବନ । ଏନେଇ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ପାଇକକତ୍ରା ଗାଁରେ ଦୁଇ ଶିଶୁ ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଯାଇଥିଲେ । ମୃତକ ଦୁଇଜଣ ରାଜ ଭତ୍ରା ଏବଂ ଜିଜିକଲା ବାଘ ବୋଲି ସୂଚନା ମିଳିଛି ।

Related Posts