ଜୋଜିଲା ଘାଟିରୁ ତଳକୁ ଖସି ପଡିଲା କାର: 8 ଜଣ ମୃତ

ନୂଆଦିଲ୍ଲୀ: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘାଟି ତଳକୁ ଖସି ପଡିଲା କାର । ଫଳରେ ଏହି ଦୁର୍ଘଟଣାରେ ୭ରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ଏହି ଦୁର୍ଘଟଣା କାରଗିଲରୁ ଶ୍ରୀନଗର ରାସ୍ତାରେ ଘଟିଛି ।

ସୂଚନାନୁସାରେ, ଗୁରୁବାର ଏକ ଇନୋଭା କାରରେ କେତେଜଣେ ପର୍ଯ୍ୟଟକ ଶ୍ରୀନଗରରୁ କାରଗିଲ ଅଭିମୁଖେ ଯାତ୍ରା କରୁଥିଲେ । କିନ୍ତୁ ଜୋଜିଲା ପାସ୍ ନିକଟବର୍ତ୍ତୀ ଜୋଜିଲା ଘାଟିରେ ଏହା ତଳକୁ ଖସି ପଡିଥିଲା । ତେବେ କାରରେ ଥିବା ୭ରୁ ୮ ଜଣ ବ୍ୟକ୍ତି ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । କାରଣ କାରଟି ୪୦୦ରୁ ୫୦୦ ଫୁଟ ତଳକୁ ଖସି ପଡିଛି ।

ଖବର ପାଇ ଘଟଣାସ୍ଥଲରେ ପୋଲିସ ଓ ସ୍ଥାନୀୟ ଲୋକେ ପହଁଚିଛନ୍ତି । ମୃତାହତଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ତେବେ ପ୍ରତିକୂଳ ପାଗ ଓ ଘାଟି ରାସ୍ତା ହୋଇଥିବାରୁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

ମୃତକଙ୍କ ପରିଚୟ ମିଳିପାରିନାହିଁ । ଘାଟି ରାସ୍ତା କାରଣରୁ ଚାଳକ କୌଣସି କାରଣରୁ ଭାରସାମ୍ୟ ହରାଇଥିବାରୁ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି ।

Related Posts