ଅସହ୍ୟ ଗରମ ଓ ଗୁଳୁଗୁଳିରୁ ନାହିଁ ନିସ୍ତାର

ନୂଆଦିଲ୍ଲୀ: ରାଜ୍ୟର ଜାରୀ ରହିଛି ଗ୍ରୀଷ୍ମ ପ୍ରବାହ । ଏଥିସହ ବିଭିନ୍ନ ସ୍ଥାନରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ତାପମାତ୍ରା କମ୍‌ ଥିଲେ ବି ଗୁଳୁଗୁଳି ଅନୁଭୁତ ହେଉଛି । ଯାହା ଫଳରେ ଲୋକମାନେ କଲବଲ ହେଉଛନ୍ତି ।

ତେବେ ଆଗକୁ ମଧ୍ୟ ଆହୁରି ଅସହ୍ୟ ଗରମ ଅନୁଭୂତ ହେବ। ରାଜଧାନୀ ଭୁବନେଶ୍ୱର ସମେତ ପ୍ରାୟ ଅଧିକାଂଶ ସ୍ଥାନରେ ଅଧିକ ଆର୍ଦ୍ରତା ଯୋଗୁ ଅସହ୍ୟ ଗୁଳୁଗୁଳି ହୋଇଛି ।

ସେପଟେ ରାଜ୍ୟରେ ଆଗାମୀ ୨୭ ତାରିଖ ଯାଏ ଠାଏ ଠାଏ ସ୍ଥାନରେ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି ।

ବୁଧବାର ଭୁବନେଶ୍ୱରର ତାପମାତ୍ରା ମାତ୍ର ୩୬.୨ଡିଗ୍ରୀ ଥିଲା । କିନ୍ତୁ ଅଧିକ ଆର୍ଦ୍ରତା ଯୋଗୁ ଏଠାରେ ତାପମାତ୍ରା(ଫିଲିଂ ଟେମ୍ପ୍ରେଚର୍‌) ୪୫ଡିଗ୍ରୀ ଭଳି ଲାଗିଥିଲା । ରାଜ୍ୟରେ ଦିନ ତାପମାତ୍ରା କ୍ରମଶଃ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବଢ଼ିବ । ଗତକାଲି ରାତିରେ ବଲାଙ୍ଗୀରରେ ୫୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ରାୟଗଡ଼ାରେ ୩୨, ଦାରିଙ୍ଗିବାଡ଼ିରେ ୧୨, ଗୋପାଳପୁରରେ ୭, ନୂଆପଡ଼ାରେ ୪.୮ ଓ ନବରଙ୍ଗପୁରରେ ୩ ମିଲିମିଟର ବର୍ଷା ହୋଇଛି।

Related Posts