ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କାରକେଡକୁ ପିଟିଲା କାର୍‌ । ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆମେରିକା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ତଥା ଆମେରିକାର ଫାଷ୍ଟ୍‌ ଲେଡି। ତେବେ ଗତକାଲି ଏହି ଘଟଣା ଘଟିଛି । ସୂଚାନା ଅନୁସାରେ ବାଇଡେନଙ୍କ କାରକେଡ ସହ ଦୁର୍ଘଟଣା ଘଟିଥିବା ଗାଡ଼ିଟି ଆମେରିକା ରାଷ୍ଟ୍ରପତିଙ୍କ ଗାଡ଼ିଠାରୁ ମାତ୍ର ୧୩୦ ମିଟର ଦୂରରେ ଥିଲା । ସୁରକ୍ଷାକର୍ମୀ ତୁରନ୍ତ ବାଇଡେନ ଓ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରି ଘଟଣା ସ୍ଥଳରୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ । ଆମେରିକାର ସିକ୍ରେଟ ସର୍ଭିସ ଏହି ଘଟଣାର ତଦନ୍ତ କରୁଛି ।

ହ୍ୱାଇଟ ହାଉସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବାଇଡେନ ଗତ ରାତି ପ୍ରାୟ ୮ଟା ବଳେ ୱିମିଙ୍ଗଟନସ୍ଥିତ ବାଇଡେନ- ହେରିସ ୨୦୨୪ ମୁଖ୍ୟାଳୟରୁ ବାହାରିଥିଲେ। ତାଙ୍କ ସହ ତାଙ୍କ ନିର୍ବାଚନୀ କ୍ୟାମ୍ପେନ୍‌ ଟିମ୍‌ ବି ଥିଲେ। ମାତ୍ର ବାଇଡେନଙ୍କ କାର୍‌କେଡ ବାହାରିବାର କିଛି ସମୟ ପରେ ଏକ VVIP ନମ୍ବର ପ୍ଲେଟ ଥିବା ଗାଡ଼ି ସମ୍ମୁଖରେ ବାଇଡେନ୍‌ଙ୍କ କାରକେଡର ଏକ ଏସୟୁଭି ଗାଡ଼ିକୁ ଧକ୍କା ଦେଇଥିଲା।

ଏହଦେଖି ବାଇଡେନଙ୍କ ସିକ୍ରେଟ ସର୍ଭିସ ଏଜେଣ୍ଟ ତୁରନ୍ତ ଆକ୍ସନ ମୁଡକୁ ଆସିଯିବା ସହ ଉକ୍ତ କାରର୍‌ ଚାଳକଙ୍କୁ କାବୁ କରି ନେଇଥିଲେ। ଏଥିସହ ଟକ୍କର ମାରିଥିବା କାର୍‌କୁ ସେମାନେ ସିଜ୍‌ କରି ଦେଇଛନ୍ତି। ଏହାପରେ ରାଷ୍ଟ୍ରପତିଙ୍କୁ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ନିଆଯାଇଥିଲା।