ଶେଖରଙ୍କ ପାଇଁ ବଢ଼ିଲା ଅଡୁଆ, ଜାତୀୟ ମାନବାଧିକାର କମିଶନରେ ମାମଲା ରୁଜୁ

ସତ୍ୟପାଠ ବ୍ୟୁରୋ : କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଠେଲାପେଲା କରିଥିବା କେନ୍ଦ୍ରାପଡା ଏସପିଙ୍କ ବିରୋଧରେ ଜାତୀୟ ମାନବାଧିକାର କମିଶନରେ ମାମଲା ରୁଜୁ ହୋଇଛି । ମାନବାଧିକାର କର୍ମୀ ସୁଜିତ ସାହୁ ଏହି ମାମଲା ଦାୟର କରିଛନ୍ତି । କେନ୍ଦ୍ରାପଡା ବାରିମୂଳ ଠାରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକ ଅଜେଶ ମଲ୍ଲିକଙ୍କୁ ଏସପି ନୀତିଶେଖର ନିଜ କ୍ଷମତାର ଦୁରୁପୋଯୋଗ କରି ତାଙ୍କୁ ଦୁର୍ବ୍ୟବାର କରିଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି ।

୪୮ ଘଂଟା ବିତିଲା ତଥାପି ନା ଆକ୍ସନ ନିଆଯାଉଛି ନା ରିଆକ୍ସନ ଦିଆଯାଉଛି । ସରକାର ନୀରବ, ଏସପି ବେଫିକର । ଲାଗୁଛି ଯେମିତି ସାମାନ୍ୟ ସାମ୍ବାଦିକଟିଏ ପାଇଁ କାହିଁକି ବା ସରକାର ତତ୍ପର ହେବେ । ଗଣମାଧ୍ୟମ ସଂସ୍ଥାକୁ ତ ସରକାର ବିଜ୍ଞାପନ ଦେଇ ମୁହଁ ବନ୍ଦ କରୁଛନ୍ତି । ତୁଣ୍ଡ ଖୋଲିଲେ ଚାକିରୀ ଯିବ ଆଉ ତୁଣ୍ଡ ନ ଖୋଲିଲେ ମୁଣ୍ଡ ଯିବ । ବୁଧବାର ଦିନ ୧୦ଟାରୁ ଶୁକ୍ରବାର ଦିନ ୧୧ଟା ବାଜିଲାଣି । ସମସ୍ତଙ୍କ ସାମ୍ନାରେ ଜଣେ ଆଇପିଏସ୍ ଅଫିସର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧୀଙ୍କ ଉପରେ ରୋବାବ୍ ଦେଖାଇଲେ । ଧକ୍କା ମାରିଲେ, କଲର ଧରିଲେ , ଚାପୁଡା ମାରିବାକୁ ହାତ ଉହୁଁକାଇଲେ ।

ରାଜ୍ୟର ମୁଖିଆ ମୁଖ୍ୟମନ୍ତ୍ରୀଙ୍କ ହେଲିକକପ୍ଟର ପାଖରେ ଏ ସବୁ ଘଟିଲା । ଭିଡିଓ ବି ଭାଇରାଲ ହେଲା । ଖବରକାଗଜରେ ବାହାରିଲା, ଟିଭିରେ ଦେଖାଇଲା । ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକ ଏସପିଙ୍କ ବାହାଦୁରୀ ଦେଖିଲେ । ଆଉ ଖାସ୍ ଏଇଥିପାଇଁ ଗଲାକାଲି ବିଧାନସଭା ହୁଲସ୍ତୁଲ ହେଲା । ୧୦ଥର ମୂଲତବୀ ହେଲା ଗୃହ । ତଥାପି କାହାରି କିଛି ଯାଏ ଆସେ ନାହିଁ ।

କଭରେଜ ପାଇଁ ସାମ୍ବାଦିକଙ୍କୁ ଖୋଜାପଡେ । ସାହାଯ୍ୟ ପାଇଁ , ନ୍ୟାୟ ପାଇଁ ସାମ୍ବାଦିକ ସାହାରା ହୁଏ । ଶାସକ ଦଳର ଭଲକାମକୁ ଲୋକଙ୍କ ପାଖରେ ପହଂଚାଏ । ବିରୋଧୀ ଦଳକୁ ଆକ୍ଟିଭ କରେ । ଏ କାମ ଗଣମାଧ୍ୟମର, ଗଣମାଧ୍ୟମ ପ୍ରତିନିଧୀର । କିନ୍ତୁ ଆଜି ଯେତେବେଳେ ସାମ୍ବାଦିକଙ୍କୁ ଗୋଟିଏ ଜିଲ୍ଲାର ପୁଲିସ ମୁଖିଆ ଧକ୍କା ମାରୁଛି, ତା ପାଇଁ କାର୍ଯ୍ୟାନୁଷ୍ଠାନ ନାହିଁ । ବାଚସ୍ପତି ବି ରୁଲିଂ ଦେଉ ନାହାଁନ୍ତି । ଯେମିତି ସାମ୍ବାଦିକ ପାଇଁ କାହାରି ଦରଦ ନାହିଁ । ଅବଶ୍ୟ ଓଡିଶା ଗଣମାଧ୍ୟମ ନିଜ କର୍ତ୍ତବ୍ୟରେ ଢ଼ିଲା ମାରି କଭରେଜ ବନ୍ଦ କରି ପାରିବନି କି ଟିଭି, ପେପର ଗୋଟିଏ ଦିନ ପାଇଁ ବନ୍ଦ କରି ପାରିବନି । କାରଣ ସାମ୍ବାଦିକ ପାଇଁ ନିଜ କଥା ପଛ ଖବର ଆଗ…

Related Posts