ଜମି ବଦଳରେ ଚାକିରି ମାମଲା; ଲାଲୁ ଯାଦବଙ୍କ ସମେତ ୧୫ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରେଳବାଇ ଚାକିରି ଦେଇ ଜମି ନେବା ଦୁର୍ନୀତି ମାମଲାରେ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । ଏହି ଚାର୍ଜସିଟରେ ଲାଲୁଙ୍କ ସମେତ ଆଉ ୧୫ ଜଣଙ୍କ ନାମ ରହିଥିବା ସୂଚନା ମିଳିଛି। ଏହି ୧୫ ଜଣଙ୍କ ମଧ୍ୟରେ ଲାଲୁଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀ, ଆରଜେଡି ସାଂସଦ ତଥା ଲାଲୁଙ୍କ ଝିଅ ମିସା ଭାରତୀଙ୍କ ନାମ ମଧ୍ୟ ରହିଛି। ଏମାନଙ୍କୁ ସିବିଆଇ ଚାର୍ଜସିଟରେ ଅଭିଯୁକ୍ତ ଭାବେ ଦର୍ଶାଇଛି । ଏହି ଅଭିଯୋଗ ସଂପର୍କରେ ସିବିଆଇ କହିଛି ଯେ, ରେଳମନ୍ତ୍ରୀ ଥିବା ସମୟରେ କିଛି ଲୋକଙ୍କୁ ବେଆଇନ ଭାବେ ରେଳବାଇରେ ଚାକିରି ଦେଇଥିଲେ ପୂର୍ବତନ ରେଳମନ୍ତ୍ରୀ ଲାଲୁପ୍ରସାଦ ଯାଦବ । ଏହି ଦୁର୍ନୀତିରେ କିଛି ସରକାରୀ ଅଧିକାରୀ ବି ସାମିଲ ଥିଲେ । ନିୟମ ବାହାରେ ଏସବୁ କାର୍ଯ୍ୟ କରାଯାଇଥିଲା। ଚାକିରି ବଦଳରେ ଲାଲୁଙ୍କ ସଂପର୍କୀୟଙ୍କ ନାମରେ ଜମି ରେଜେଷ୍ଟ୍ରି କରାଯାଇଥିଲା

ତେବେ ଏହି ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ଜେଲ ମଧ୍ୟ ହୋଇପାରେ । ଏହି ପ୍ରସଙ୍ଗକୁ ନେଇ ବିହାର ସହ ଦିଲ୍ଲୀରେ ଏବେ ରାଜନୀତି ସରଗରମ ହୋଇଛି । ବିଶେଷକରି ଏହି ମାମଲାରେ ନିକଟରେ ଆରଜେଡି ନେତାମାନଙ୍କ ଘରେ ଓ ଅଫିସରେ ଚଢଉ କରାଯାଇଥିଲା । ସେହି ଚଢ଼ାଉରେ ଅନେକ ତଥ୍ୟ ମିଳିଥିବା ସିବିଆଇ ଦାଖଲ କରିଥିବା ଚାର୍ଜସିଟିରେ ଉଲ୍ଲେଖ କରିଛି ।

Related Posts