ହିଂଜିଳି ବିଜେପି ପ୍ରାର୍ଥୀ ପୀତାମ୍ୱର ଆଚାର୍ଯ୍ୟଙ୍କ ନାଁରେ ମାମଲା : ମାମଲା କଲା ଫ୍ଲାଇଂ ସ୍କ୍ୱାର୍ଡ

ହିଂଜିଳି ବିଜେପିର ପ୍ରାର୍ଥୀ ପୀତାମ୍ୱର ଆଚାର୍ଯ୍ୟଙ୍କ ନାଁରେ ଥାନାରେ ମାମଲା । ଆସିକା ଥାନାରେ ମାମଲା ଦାୟର କଲା ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ । ହିଂଜିଳି ଗସ୍ତ ସମୟରେ ବିଜେପି ପ୍ରାର୍ଥୀ ପୀତାମ୍ୱର ଆଚାର୍ଯ୍ୟ  ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡକୁ ଧମକାଇଥିବା ଅଭିଯୋଗ ହୋଇଥିଲା । ଏପରିକି ଏହି ସମୟର ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା । ତେବେ ପୀତାମ୍ବର ପ୍ରାର୍ଥୀ ହୋଇଥିବା ସ୍ଥାନକୁ ଯିବା ସମୟରେ ଅଧା ରାସ୍ତାରେ ତାଙ୍କ ଗାଡିକୁ ପୋଲିସ ଅଟାକାଇଥିଲା । ହେଲେ କାହିଁକି ଗାଡି ଅଟକାଇଲ ବୋଲି ପୀତାମ୍ବର ପ୍ରଶ୍ନ କରିବା ସହ ତାଙ୍କ ସାଙ୍ଗରେ ଯୁକ୍ତିତର୍କ କରିଥିଲେ । ଯାହା ପରବର୍ତ୍ତୀ ସମୟରେ ସୋସିିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ତାଙ୍କ ନାଁରେ ଆସିକା ଥାନାରେ ମାମଲା ଦାୟର ହୋଇଛି ।

Related Posts