ଓଡ଼ିଶା ଡିଜିପି ଚୟନକୁ ନେଇ ମାନସମନ୍ଥନ: ଆସନ୍ତାକାଲି ୟୁପିଏସ୍ସି ଚୟନ କମିଟି ବୈଠକ, ତାଲିକାରେ ୩ ଜଣ
ଓଡ଼ିଶାକୁ ଖୁବଶୀଘ୍ର ମିଳିବ ନୂଆ ପୁଲିସ ଡିଜି। ଏ ନେଇ ଚୟନ ଚାଲିଥିବାବେଳେ ନେଇ ଉତ୍କଣ୍ଠା ବଢ଼ିଛି । ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ବିବାଦ ଓ ସୁପ୍ରିମକୋର୍ଟରେ ଦାୟର ଜନସ୍ୱାର୍ଥ ମାମଲା ମଧ୍ୟରେ ଆସନ୍ତାକାଲି ୟୁପିଏସ୍ସି ଚୟନ କମିଟିର ବୈଠକ ବସିବ । ରାଜ୍ୟ ସରକାର ପଠାଇଥିବା ତାଲିକାରୁ ୩ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ନାଁ ଚୂଡ଼ାନ୍ତ କରାଯାଇ ସରକାରଙ୍କୁ ପଠାଯିବ ।
