ମମିତା ମିଷ୍ଟ୍ରି: ସିବିଆଇ ତଦନ୍ତ ଦାବି କଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ମହାଲିଙ୍ଗ ମିଷ୍ଟ୍ରିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଅଭିଯୁକ୍ତ ଗୋବିନ୍ଦ ସାହୁ ପୋଲିସ ହେପାଜତରେ ଥିବା ବେଳେ ତାକୁ ଜେରା କରାଯାଉଛି । ତେବେ କାର ଭିତରେ ହିଁ ଗୋବିନ୍ଦ ସାହୁ ମାରିଥିବା କୁହାଯାଇଛି । ସେପଟେ ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ବିରୋଧୀମାନେ ଘନ ଘନ ପ୍ରେସମିଟ୍ କରି ରାଜ୍ୟ ସରକାର ଏବଂ ମନ୍ତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି । ତେବେ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ପ୍ରେସମିଟ୍ କରି କହିଛନ୍ତି କି, ମମିତା ମିଷ୍ଟ୍ରି ଘଟଣା ଲୋକଲୋକଲୋଚନକୁ ଆଣିବାକୁ ହେଲେ ସିବିଆଇ ତଦନ୍ତ ଆବଶ୍ୟକ । ସାଂସଦଙ୍କ କହିବା କଥା କି ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତ କରାଯାଏ ତେବେ ତାହା ବାଟବଣା ହେବ । ଏବଂ ଅପରାଧୀଙ୍କୁ ସୁହାଇବା ଭଳି ତଦନ୍ତ ହେବ । ଏଣୁ ତଦନ୍ତ ଭାର ସିବିଆଇ ନେଉ । ସେପଟେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରେସମିଟ୍ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ସେ ମଧ୍ୟ ରାଜ୍ୟ ସରକାର ଏବଂ ମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ।

Related Posts