ବଦଳିଲା ପ୍ରଧାନମନ୍ତ୍ରୀଙ୍କ ଟ୍ଵିଟରରେ ପ୍ରୋଫାଇଲ ପିକଚର, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଟ୍ୱିଟରରେ ନିଜର ପ୍ରୋଫାଇଲ ପିକଚର ବଦଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟିକକରଣ କ୍ଷେତ୍ରରେ ଭାରତର ଐତିହାସିକ ରେକର୍ଡ ପରେ ପ୍ରୋଫାଇଲ ପିକଚର ଚେଞ୍ଜ କରିଛନ୍ତି ମୋଦି । ଗୁରୁବାର ଦିନ ଭାରତରେ ୧୦୦ କୋଟି ଟିକାକରଣ ଶେଷ ହୋଇଛି। ଭାରତରେ ଇତିମଧ୍ୟରେ ୧୦୦ କୋଟି ଲୋକ କରୋନା ଟିକାର ଦୁଇଟି ଯାକ ଡୋଜ୍ ନେଇ ସାରିଲେଣି। ଏଥିସହ ଭାରତ ଏକ ନୂଆ ଇତିହାସ ମଧ୍ୟ ରଚିଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟିକାକାରଣର ଏହି ନୂଆ ଇତିହାସକୁ ମୋଦି ଭାରତୀୟ ବିଜ୍ଞାନ, ଉଦ୍ୟମ ଓ ୧୩୦ କୋଟି ଭାରତୀୟଙ୍କ ସାମୂହିକ ବିଜୟ ବୋଲି କହିଛନ୍ତି।
ତେବେ ସବୁଠାରୁ ଖାସ୍ କଥା ହେଉଛି ପ୍ରଧାନମନ୍ତ୍ରୀ ମୋଦି ଏ ଅବସରରେ ନିଜ ଟ୍ଵିଟର ହ୍ୟାଣ୍ଡେଲର ପ୍ରୋଫାଇଲ ଫଟୋ ମଧ୍ୟ ବଦଳାଇଛନ୍ତି। ସେ ନିଜ ପ୍ରୋଫାଇଲ ଫଟୋରେ ଭାରତରେ ଏହି ଉପଲବ୍ଧି ସହ ଜଡ଼ିତ ଫଟୋ ଲଗାଇଛନ୍ତି। ନୂଆ ଫଟୋରେ ୧୦୦ କୋଟି ଟିକାକରଣ ପୂର୍ଣ୍ଣ ହୋଇଥିବାରୁ ସେ ଭାରତର ଜନତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୧୦୦ କୋଟି ଟିକାକରଣ ସମ୍ପୂର୍ଣ୍ଣ ହେବା ଅବସରରେ ପିଏମ୍ ମୋଦି ରାମ ମନୋହର ଲୋହିୟା ହସ୍ପିଟାଲ ଯାଇଥିଲେ। ସେ ସେଠାରେ ହସ୍ପିଟାଲ କର୍ତ୍ତୃପକ୍ଷ, ଡାକ୍ତର, କର୍ମଚାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ସମୟରେ ତାଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବିୟା ମଧ୍ୟ ଉପସ୍ଥିତ ଥିଲେ।

Related Posts