ତେଜସ୍ଵୀ ହାଫ୍‌ପ୍ୟାଣ୍ଟ ପିନ୍ଧି ନ ଥିବା ବେଳଠାରୁ ଲାଲୁଙ୍କ ଘରେ ସିବିଆଇ ରେଡ୍ ହେଉଛି: ଭାଜପା ନେତା ସମ୍ରାଟ ଚୌଧୁରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବ ବାରମ୍ବାର ସିବିଆଇ ଏବଂ ଇଡି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କାମ କରୁଥିବା ଅଭିଯୋଗ କରି ଆସୁଛନ୍ତି। ତେବେ ଏହି ଅଭିଯୋଗ ସମ୍ପର୍କରେ ଭାଜପା ନେତା ସମ୍ରାଟ ଚୌଧୁରୀ ତେଜସ୍ବୀ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରବିବାର ସମ୍ରାଟ ଚୌଧୁରୀ କଟାକ୍ଷ କରି କହିଛନ୍ତି, ତେଜସ୍ବୀ ଯାଦବ ହାଫ୍‌ପ୍ୟାଣ୍ଟ ପିନ୍ଧି ନ ଥିବା ବେଳଠାରୁ ଲାଲୁଙ୍କ ଘରେ ସିବିଆଇ ରେଡ୍ ହେଉଛି। ସେ ଆହୁରି କହିଛନ୍ତି ଯେ, “ତାଙ୍କ ବିଷୟରେ ଅଧିକ କ’ଣ କହିବି। ୧୯୯୬ରେ ବିହାରରେ ସିବିଆଇର ପଦାର୍ପଣ ହୋଇଥିଲା। ସେତେବେଳେ ରାଷ୍ଟ୍ରୀୟ ଜନତା ଦଳର ସଭାପତି ଲାଲୁ ପ୍ରସାଦ ଯାଦବ ମୁଖ୍ୟମନ୍ତ୍ରୀ ଥିଲେ। କେନ୍ଦ୍ରରେ ଜନତା ଦଳର ଦେବ ଗୌଡା ସରକାର ରହିଥିଲେ। ସେତେବେଳ ଲାଲୁଙ୍କ ବିରୋଧରେ ଆବେଦନ କରିଥିବା ଶିବାନନ୍ଦ ତିୱାରୀ ଏବଂ ଲଲାନ ସିଂ ଏବେ ତାଙ୍କ ଦଳ ସହ ଅଛନ୍ତି। ସେବେଠାରୁ ଲାଲୁଙ୍କ ଘରେ ରେଡ୍ ହୋଇ ଆସୁଛି। ସିବିଆଇ ଏବଂ ଇଡିର ଖେଳ ତାଙ୍କ ଶାସନ କାଳରେ ଆରମ୍ଭ ହୋଇଥିଲା।”

ସୂଚନାଯୋଗ୍ୟ ଯେ, ବିହାରରେ ସରକାର ପରିବର୍ତନ ହେବା ପରେ ରାଜ୍ୟରେ ତଦନ୍ତକାରୀ ସଂସ୍ଥା ଗୁଡ଼ିକ ଅଧିକ କ୍ରିୟାଶୀଳ ହୋଇଛନ୍ତି। ଏହା ସହିତ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ଦଳର ଅନେକ ନେତାଙ୍କ ଘରେ ସିବିଆଇ ଏବଂ ଇଡି ଦ୍ୱାରା ଚଢାଉ ମଧ୍ୟ କରାଯାଇଛି। ଏହି ଚଢାଉ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କେନ୍ଦ୍ର ସରକାର ଓ ଅନୁସନ୍ଧାନକାରୀ ସଂସ୍ଥା ଉପରେ ବାରମ୍ବାର ଟାର୍ଗେଟ କରି ଆସୁଛନ୍ତି।

Related Posts