ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ। ଟର୍ମ-୨ ପରୀକ୍ଷା ସହ ଫାଇନାଲ୍ ରେଜଲ୍ଟ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନଙ୍କ ପାଇଁ ସିବିଏସଇର ଅଫିସିଆଲ୍ ୱେବସାଇଟ୍ cbse.gov.in ଏବଂ www.cbseresults.nic.in ରେ ଫଳ ଦେଖିପାରିବେ। ଏହି ଲିଙ୍କ୍ରେ ଆବଶ୍ୟକୀୟ ତଥ୍ୟ ଏବଂ ରୋଲ୍ ନମ୍ଵର ଦେଇ ରେଜଲ୍ଟ ଦେଖିପାରିବେ ଛାତ୍ର ଛାତ୍ରୀ।ତେବେ ଚଳିତବର୍ଷ ମୋଟ ୨୧ ଲକ୍ଷ ୧୬ ହଜାର ୨୯୦ ଜଣ ଛାତ୍ରଛାତ୍ରୀ ସିବିଏସ୍ଇ ଦଶମ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷାରେ ମୋଟ ପାସ୍ ହାର ୯୪.୪୦ ପ୍ରତିଶତ ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଆଗରେ ରହିଛନ୍ତି। ଛାତ୍ରୀଙ୍କ ମୋଟ ପାସ୍ ହାର ୯୫.୨୧ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୩.୮୦ ପ୍ରତିଶତ ରହିଛି।
