ଭାରତ ସରକାର ୬ ବର୍ଷ ମଧ୍ୟରେ ପେଟ୍ରୋଲ ଡିଜେଲର ଏକ୍ସାଇଜ ଡ୍ୟୁଟିରୁ ୧୬ ଲକ୍ଷ କୋଟିରୁ ଅଧିକ ଆୟ କରିଛନ୍ତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ):ଭାରତ ସରକାର ୬ ବର୍ଷ ମଧ୍ୟରେ ପେଟ୍ରୋଲ ଡିଜେଲର ଏକ୍ସାଇଜ ଡ୍ୟୁଟିରୁ ୧୬ ଲକ୍ଷ କୋଟିରୁ ଅଧିକ ଆୟ କରିଛନ୍ତି। କେନ୍ଦ୍ର ସରକାର ରାଜ୍ୟସଭାରେ ଉତ୍ତର ରଖି ଏହା କହିଛନ୍ତି। ଆମ ଆଦମୀ ପାର୍ଟିର ନେତା ତଥା ରାଜ୍ୟ ସଭା ସାଂସଦ ରାଘବ ଚଢ଼ା ଗୃହରେ ପ୍ରଶ୍ନ କରିଥିଲେ ଯେ ୬ ବର୍ଷ ମଧ୍ୟରେ ପେଟ୍ରୋଲ-ଡିଜେଲ ଅବକାରୀ ଶୁଳ୍କର ସରକାର କେତେ ରୋଜଗାର କରିଛନ୍ତି? ଏହାର ଉତ୍ତରରେ ସରକାର ତାଙ୍କୁ ଲିଖିତ ଭାବରେ କହିଛନ୍ତି ଯେ ଭାରତ ସରକାର ୬ ବର୍ଷ ମଧ୍ୟରେ ଏକ୍ସାଇଜ ଡ୍ୟୁଟିରୁ ୧୬ ଲକ୍ଷ କୋଟିରୁ ଅଧିକ ଆୟ କରିଛନ୍ତି। ଏହା ରାଘବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

ରାଘବ ଆହୁରି କହିଛନ୍ତି ଯେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଉଛି କିନ୍ତୁ ସରକାର ପେଟ୍ରୋଲ-ଡିଜେଲ ଉପରେ ଏକ୍ସାଇଜ ଶୁଳ୍କ କ୍ରମାଗତ ଭାବେ ବୃଦ୍ଧି କରୁଛନ୍ତି। ପେଟ୍ରୋଲ-ଡିଜେଲ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରତ୍ୟେକ ଲୋକଙ୍କୁ ପ୍ରଭାବିତ କରିଥାଏ । ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହେଉଥିବାରୁ ଅନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ସବୁ ମହଙ୍ଗା ହେଉଛି ।

Related Posts