ଚାଷୀଙ୍କଠୁ ନେଇ ରେଳଲାଇନ ପର୍ଯ୍ୟନ୍ତ ସବୁଥିରେ ରାଜ୍ୟକୁ ପ୍ରତାରଣା କରିଛି କେନ୍ଦ୍ର : ବିଜେଡି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ କଲା ବିଜେଡି। ପଦ୍ମପୁର ଉପନିର୍ବାଚନ ପାଇଁ ରାଜନୈତିକ ବାତାବରଣ ଉଷ୍ମ ରହିଥିବାବେଳେ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏସବୁ ଭିତରେ ଆଜି ପୁଣିଥରେ କେନ୍ଦ୍ରର ଅବହେଳା ପ୍ରସଙ୍ଗ ଉଠାଇଛି ବିଜେଡି । ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କେନ୍ଦ୍ର ସରକାର କି ପ୍ରକାର ଓଡ଼ିଶା ବାସୀଙ୍କୁ ଠକି ଚାଲିଛନ୍ତି ସେ ସମ୍ପର୍କରେ ପ୍ରଶ୍ନ ଉଠାଇବା ସହିତ ପଦ୍ମପୁର ବାସୀଙ୍କ ସହ ପ୍ରତାରଣା କରାଯାଉଥିବା କହିଛନ୍ତି ।

ସେହିଭଳି ଚାଷୀଙ୍କଠୁ ନେଇ ଯୁବଗୋଷ୍ଠୀ ପର୍ଯ୍ୟନ୍ତ, ରେଳ ବିଭାଗରୁ ନେଇ ଜାତୀୟ ରାଜପଥ ପର୍ଯ୍ୟନ୍ତ , ତା ସହିତ ଆବାସ ଯୋଜନାରୁ ନେଇ ଧାନ ସମସ୍ୟା ଓ ଚାଷୀ ସମସ୍ୟା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ପ୍ରତାରଣା କରିଚାଲିଛି କେନ୍ଦ୍ର । ପଦ୍ମପୁରରେ ମଧ୍ୟ ରୀତିମତ ଭାବେ କେନ୍ଦ୍ର ସରକାର ପ୍ରତାରଣା କରି ଚାଲିଥିବା ସସ୍ମିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଫସଲ ବୀମା ଯୋଜନାରେ ବିଜେପି ମିଛ କହୁଛି । ଚାଷୀଙ୍କ ଆୟ ଦୁଇଗୁଣ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ବିଜେଡି ପ୍ରଶ୍ନ କରିଛି । ୫ବର୍ଷ ପରେ ବି ଏମଏସପି ବଢିଲାନି । ଚାଷୀଙ୍କ ଉଷୁନା ଚାଉଳ ପଡିରହୁଛି , ତାକୁ ଉଠାଉନି । ବଳକା ଉଷୁନା ଚାଉଳ ପ୍ରସଙ୍ଗରେ କେନ୍ଦ୍ର ପ୍ରତାରଣା କରିଛି । କେବଳ ସେତିକି ନୁହେଁ ଚାଷୀଙ୍କ ପାଇଁ ଇନପୁଟ ସବସିଡି ରାଜ୍ୟ ଘୋଷଣା କରିଛି । ୨୦୦ କୋଟିର ଇନପୁଟ ସବସିଡି ଦେବେ ରାଜ୍ୟ ସରକାର । ଆଦର୍ଶ ଆଚରଣ ବିଧି ଉଠିବା ଦିନ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି ସସ୍ମିତ କହିଛନ୍ତି।

Related Posts