କୋଭିଡ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦିଅନ୍ତୁ କେନ୍ଦ୍ର ସରକାର , ୬ ସପ୍ତାହ ମଧ୍ୟରେ ଗାଇଡଲାଇନ ଜାରି କରୁ NDMA : ସୁପ୍ରିମକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ କରୋନା ଯୋଗୁ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ଯୋଗାଇ ଦେବା ନେଇ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ଏହି ଅନୁକମ୍ପା ମୂଳକ ଆର୍ଥିକ ସହାୟତା କେତେ ଟଙ୍କା ଦିଆଯିବ ତାହା କେନ୍ଦ୍ର ସରକାରଙ୍କୁ ନିଶ୍ଚିତ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବାକୁ କୁହାଯାଇଥିଲା। କିନ୍ତୁ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରି ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି । କରୋନା ମୃତକ ପରିବାରକୁ ସର୍ବନିମ୍ନ କେତେ ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରାଯିବ ତାହା ସରକାର ନିଶ୍ଚିତ କରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ମୃତକଙ୍କ ମୃତ୍ୟୁ ପ୍ରମାଣ ପତ୍ର ପ୍ରକିୟାକୁ ସରଳ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋଭିଡ୍ ମୃତକଙ୍କ ପରିବାରକୁ ଅତି କମରେ କେତେ ଅନୁକମ୍ପା ସହାୟତା ପ୍ରଦାନ କରାଯାଇ ପାରିବ ସେ ସମ୍ପର୍କରେ ଏକ ଗାଇଡଲାଇନ ପ୍ରସ୍ତୁତ କରିବାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA)କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଜାରି ହୋଇଥିବା ପ୍ରମାଣପତ୍ରରେ ସଂଶୋଧନ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ବେଳେ NDMA ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । କୋଭିଡ୍ ପୀଡ଼ିତଙ୍କୁ ଅନୁକମ୍ପା ସହାୟତା ସହ ସର୍ବନିମ୍ନ ରିଲିଫ ପ୍ରଦାନ ପ୍ରଦାନ କରିବା NDMA ପାଇଁ ବୈଧାନିକ ଭାବରେ ଅନିର୍ବାଯ୍ୟ ଅଟେ । ଏହା ନକରି NDMA ବୈଧାନିକ କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ସୁପ୍ରିମକୋର୍ଟ NDMAକୁ ୬ ସପ୍ତାହ ଭିତରେ ଗାଇଡଲାଇନ୍ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭାରତରେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ବିପର୍ଯ୍ୟୟ ଘୋଷିତ ହୋଇଥିବା କୋଭିଡ ମହାମାରୀ ଯୋଗୁଁ ପ୍ରାୟ ୩.୯ ଲକ୍ଷ ମୃତ୍ୟୁ ଘଟିଛି।

Related Posts