ଚାଉଳ ମୂଲ୍ୟରେ ଆସିବ ନିୟନ୍ତ୍ରଣ: ରପ୍ତାନୀ ଉପରେ ୨୦ ପ୍ରତିଶତ ଶୁଳ୍କ ଲାଗୁ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।ଭାରତରେ ଚାଉଳ ମୂଲ୍ୟରେ ନିୟନ୍ତ୍ରଣ ଆଣିବା ପାଇଁ କେନ୍ଦ୍ର ସରକାର ଚାଉଳର ବିଭିନ୍ନ ଗ୍ରେଡର ରପ୍ତାନୀ ଉପରେ ୨୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତର ପ୍ରଦେଶ ପରି ପ୍ରମୁଖ ଚାଉଳ ଉତ୍ପାଦାନକାରୀ ରାଜ୍ୟରେ ହାରାହାରି ଠାରୁ କାମ ବର୍ଷ ହୋଇଛି । ଫଳରେ ଧାନ ଉତ୍ପାଦନ କମିବାର ଆଶଂକା ରହିଛି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଏବେ ଦେଶରୁ ବିଦେଶକୁ ଚାଉଳ ରପ୍ତାନୀ ମହଙ୍ଗା ହେବ।

ତେବେ ଏହା ପୂର୍ବରୁ ଚାଉଳର ରପ୍ତାନୀ ଉପରେ କୌଣସି ପ୍ରତିବନ୍ଧକ ଲାଗୁ କରିବା ନେଇ କୌଣସି ଯୋଜନା ନଥିବା କେନ୍ଦ୍ର ସରକାର କହିଥିଲେ । ଘରୋଇ ଆବଶ୍ୟକତାକୁ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ବଫର ଷ୍ଟକ ଥିବା କେନ୍ଦ୍ର ସରକାର କହିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଭାରତ ଦୁନିଆର ଦ୍ୱିତୀୟ ସବୁଠୁ ବଡ଼ ଚାଉଳ ଉତ୍ପାଦକ ଦେଶ । ଆର୍ଥିକ ବର୍ଷ ୨୦୨୧-୨୨ରେ ଭାରତ ୨୧.୨ ମିଲିୟନ ଟର ଚାଉଳ ରପ୍ତାନୀ କରିଥିଲା।

ଏହା ପୂର୍ବରୁ କେନ୍ଦ୍ର ସରକାର ଗହମର ରପ୍ତାନୀ ଉପରେ କଟକଣା ଲାଗୁ କରିଥିଲେ। ଅନ୍ୟପଟେ, ଚିନି ରପ୍ତାନୀ ଉପରେ ମଧ୍ୟ କିଛି କଟକଣା ଲାଗୁ କରାଯାଇଛି ।

Related Posts