ମଙ୍କିପକ୍ସ ସଂକ୍ରମଣକୁ ନେଇ କେନ୍ଦ୍ର ସରକାରଙ୍କ ତତ୍ପରତା; ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ମାର୍ଗଦର୍ଶିକା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶରେ ମଙ୍କିପକ୍ସ ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ କେନ୍ଦ୍ର ସରକାର ଏନେଇ ତତ୍ପର ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଆଜି ମଙ୍କିପକ୍ସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାର୍ଗଦର୍ଶିକା ଜାରି କରିଛି । କଣ କରିବାକୁ ହେବ କଣ କରିବେ ନାହିଁ ସେ ସମ୍ପର୍କରେ ଏଥିରେ ସମ୍ପୂର୍ଣ୍ଣ ତଥ୍ୟ ରହିଛି ।

ମାର୍ଗଦର୍ଶିକାରେ କୁହାଯାଇଛି ଯଦି କେହି ବ୍ୟକ୍ତି ଏହି ଭୂତାଣୁର ସଂସ୍ପର୍ଷରେ ଆସିଥିବା ଲୋକ ସହ ବାରମ୍ବାର ସମ୍ପର୍କରେ ଆସିଥାନ୍ତି ତେବେ ମଙ୍କିପକ୍ସ ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।ସ୍ୱାସ୍ଥ୍ୟମନ୍ତ୍ରାଳୟ ସଂକ୍ରମିତ ବ୍ୟକ୍ତିଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା ରଖିବା ପାଇଁ ପରାମର୍ଶ ଦେଇଛି । ଲୋକଙ୍କୁ ସାନିଟାଇଜର, ସାବୁନ କିମ୍ବା ପାଣିରେ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି । ମାସ୍କ ପିନ୍ଧିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିବା ବେଳେ ଡିସପୋଜାଲ ଗ୍ଲୋବସର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଏହା ଛଡା ଆଖପାଖର ପରିବେଶକୁ ସଫା ରଖିବାକୁ ମଧ୍ୟ କୁହାଯାଇଛି। ଯେଉଁମାନଙ୍କର ରିପୋର୍ଟ ପଜିଟିଭ ଆସିଛି ସେମାନଙ୍କ ସାମଗ୍ରୀ ଅନ୍ୟ ମାନେ ବ୍ୟବହାର କରିବାକୁ ବାରଣ କରାଯାଇଛି । ସଂକ୍ରମିତଙ୍କୁ ସାର୍ବଜନୀନସ୍ଥାନ, କାର୍ଯ୍ୟକ୍ରମକୁ ଯିବାକୁ ମଧ୍ୟ ବାରଣ କରାଯାଇଛି ।

Related Posts