ଦିଲ୍ଲୀରେ ବିହାର ବିଜେପି ନେତାଙ୍କ ସହ କେନ୍ଦ୍ରୀୟ ନେତୃତ୍ୱ ବୈଠକ

ନୂଆଦିଲ୍ଲୀ: ସରଗରମ ରହିଛି ବିହାର ରାଜନୀତି । ବିଜେପି ରାଜ୍ୟ ଶାସନ ରୁ ହଟିବା ପରେ ଏବେ ଏହାର ପ୍ରଭାବ ଦିଲ୍ଲୀରେ ଦେଖିବାକୁ ମିଳିଛି । ମଙ୍ଗଳବାର ଗୋଟିଏ ପଟେ ନୀତୀଶ କୁମାର ଏବଂ ତେଜସ୍ୱୀ ଯାଦବ ସରକାରର କ୍ୟାବିନେଟ ସଂପ୍ରସାରଣ ହୋଇଛି, ଅନ୍ୟପଟେ ଦିଲ୍ଲୀରେ ବିହାର ବିଜେପି ନେତାଙ୍କ ସହ କେନ୍ଦ୍ରୀୟ ନେତୃତ୍ୱ ବୈଠକ କରିଛନ୍ତି । ବିହାର ବିଜେପିର କୋର କମିଟି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟ ସାମିଲ ହୋଇଛନ୍ତି । ଦଳୀୟ ସୂତ୍ର ଅନୁସାରେ, ଏହି ବୈଠକରେ ନୂଆ ରାଜ୍ୟ ସଭାପତିକୁ ନେଇ ଆଲୋଚନା ହାଇପାରେ। ଏହାସହ ବିରୋଧୀ ଦଳ ଭାବେ କେଉଁ ପ୍ରକାର କାମ କରିବ ସେନେଇ ମନ୍ଥନ ଚାଲିଛି । ଏହାସହ ବିଧାନସଭା ଏବଂ ବିଧାନପରିଷଦରେ ବିରୋଧୀ ଦଳ ନେତା ଚୟନକୁ ନେଇ ମଧ୍ୟ ଆଲୋଚନା ହେବ।

ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଅଛନ୍ତି । ବିହାରରୁ ଦିଲ୍ଲୀ ଆସିଥିବ ନେତାଙ୍କ ମଧ୍ୟରେ ସୁଶୀଲ ମୋଦୀ, ଆଶ୍ୱିନୀ ଚୌବେ, ଗିରିରାଜ ସିଂ, ସାହନବାଜ ହୁସେନ ସାମିଲ ଅଛନ୍ତି ।

ଗତ ସପ୍ତାହରେ ନୀତୀଶ କୁମାର ବିଜେପି ଛାଡି ଆରଜେଡି ସହ ମେଣ୍ଟ କରି ସରକାର ଗଠନ କରିଥିଲେ । ନୀତୀଶ କୁମାର ଅଲଗା ହେବା ପରେ ବିହାରରେ ନୂଆ କରି ନିଜର ରଣନୀତି ପ୍ରସ୍ତୁତ କରିବାର ଲାଗିଛି ବିଜେପି । ବିଜେପି ସୂତ୍ର ଅନୁସାରେ ପାର୍ଟିର ଗୋଟିଏ ବର୍ଗ ନୀତୀଶ କୁମାରଙ୍କ ଅଲଗାକୁ ହେବାକୁ ସକାରାତ୍ମକ କହୁଛନ୍ତି । ଏହି ନେତାଙ୍କ କହିବା କଥା, ନୀତୀଶଙ୍କ ଯିବା ପରେ ବିଜେପି ସାରା ବିହାରରେ ମୁକ୍ତ ଭାବରେ ସକ୍ରିୟ ହେବ ଏହଂ ପ୍ରତି ଆସନରେ ନିଜ ଉପସ୍ଥିତିକୁ ମଜବୁତ କରିବ।

Related Posts