୫୦୦୦ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବାରକୋଟ ତହସିଲର ମୁଖ୍ୟ କିରାଣୀ ରାଜ କିଶୋର କାଲୋ

ଦେବଗଡ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ । ୫୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ କାବୁ କଲେ ଅଧିକାରି । ବାରକୋଟ ତହସିଲର ମୁଖ୍ୟ କିରାଣୀ ରାଜ କିଶୋର କାଲୋ ଭିଜିଲାନ୍ସ ଆଜି ସଂଧ୍ୟାରେ ସମୟରେ ହାତରେ ଧରାପଡିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ବାରକୋଟ ତହସିଲରେ କାର୍ଯ୍ୟରତ ମୁଖ୍ୟ କିରାଣୀ ଶ୍ରୀ କାଲୋ ଅଭିଯୋଗକାରୀଙ୍କ ସପକ୍ଷରେ ଆରଆରରେ ପ୍ରଦାନ କରିବା ପାଇଁ ଅଭିଯୋଗକାରୀଙ୍କୁ ୫୦୦୦ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ସଂପୃକ୍ତ ଅଭିଯୋଗକାରୀ ଭିଜିଲାନସ ବିଭାଗରେ ଅଭିଯୋଗ କରିଥିଲେ । ସେହି କ୍ରମରେ ଆଜି ଅଭିଯୋଗକାରୀ ତାଙ୍କ ସରକାରୀ କ୍ବାଟର୍ସରେ ସଂପୃକ୍ତ ଅଭିଯୋଗକାରୀ ତାଙ୍କୁ ୫୦୦୦ ଟଙ୍କା ପ୍ରଦାନ କରୁଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।

ଶ୍ରୀକାଲୋଙ୍କ ନିକଟରୁ ୫୦୦୦ ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଏନେଇ ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Related Posts