ଫିରିଙ୍ଗିଆ ପୋଲିସକୁ ସଫଳତା: ବୋଲେରରୁ ୨୩ କେଜି ଗଞ୍ଜେଇ ଜବତ କଲା ପୋଲିସ

ଫୁଲବାଣୀ : ଫିରିଙ୍ଗିଆ ପୋଲିସ କୁ ମିଳିଲା ସଫଳତା । କନ୍ଧମାଳ ଜିଲ୍ଲା ବନ୍ଧଗଡ଼ ପାଖରେ ଗୋଟିଏ ବୋଲେରରୁ ୨୩ କେଜି ଗଞ୍ଜେଇ ଜବତ କରିଛି। ଏହା ସହିତ ୨ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।

ପୋଲିସ ଗଞ୍ଜେଇ ବ୍ୟବସାୟରେ ବ୍ୟବହୃତ ବୋଲେରୋକୁ ମଧ୍ୟ ଜବତ କରିଛି। ଜବତ ହୋଇଥିବା ବୋଲେରୋ ଗାଡ଼ି ନମ୍ବର ଓଡି-୦୨ଵିକ୍ୟୁ-୪୬୯୦ ବୋଲି ପୋଲିସ କହିଛିl

ବିଶେଷ ସୂତ୍ରରୁ ଖବର ପାଇ ଥାନାଧିକାରୀ ପି. ଶ୍ୟାମସୁନ୍ଦର ରାଓଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ବନ୍ଧଗଡ଼ ଛକରେ ଚଢ଼ଉ କରିଥିଲା। ଗିରଫ ୨ ଗଞ୍ଜେଇ ମାଫିଆଙ୍କ ପରିଚୟ ପ୍ରଫୁଲ ପ୍ରଧାନ ଓ ଧର୍ମେନ୍ଦ୍ର ପାଣ୍ଡବ ବୋଲି ଜଣାପଡିଛି l ପ୍ରଫୁଲ୍ଲ କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ବାସିନ୍ଦା। ଗିରଫ ହୋଇଥିବା ଅଭିଯୁକ୍ତମାନେ ଅତ୍ୟଧିକ ଗଞ୍ଜେଇ ଚୋରାଚାଲାଣ କରୁଥିଲେ ବୋଲି ପୋଲିସକୁ ଖବର ମିଳିଥିଲା। ଏ ସମ୍ପର୍କରେ ପୋଲିସ ଅଭିଯୋଗ ନମ୍ୱର ୧୨୦/୨୨ ମୂଳେ ମାମଲା ରୁଜୁ କରି ତଦନ୍ତ କରାଯାଉଛି ବୋଲି ଥାନାଧିକାରୀ ପି. ଶ୍ୟାମ ସୁନ୍ଦର ରାଓ କହିଛନ୍ତି। ଥାନାଧିକାରୀଙ୍କ କାର୍ଯ୍ୟ ଦକ୍ଷତାକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

Related Posts