ଚକୁଣ୍ଡା ଗଛ କଟାକୁ ନେଇ ହତ୍ୟାକାଣ୍ଡ ମାମଲା, ୧୦ ବର୍ଷ ପରେ ଆସିଲା ରାୟ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ୩୦ ହଜାର ଫାଇନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏକ ଚାଖୁଣ୍ଡା ଗଛ କଟାକୁ କେନ୍ଦ୍ରକରି ପୁରୀ ଜିଲ୍ଲା ଅନ୍ତର୍ଗତ କଣାସ ଅଂଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ମାମଲାରେ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡାଦେଶ ହୋଇଛି।ଏହି ଦଣ୍ଡାଦେଶ ଶୁଣାଇଛନ୍ତି ପୁରୀ ପ୍ରଥମଶ୍ରେଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ । ଜେଲ ଦଣ୍ଡାଦେଶ ସହ ଦୋଷୀମାନଙ୍କୁ ୩୦ ହଜାର ଜରିମାନା ହୋଇଛି।

ଏସମ୍ପର୍କରେ ଅତିରିକ୍ତ ପବ୍ଲିକ ପ୍ରସିକୁଟର ସତ୍ୟନାରାୟଣ ତ୍ରିପାଠୀ କହିଛନ୍ତି, ଗତ ୨୦୧୨ ମସିହା ସେପ୍ଟେମ୍ୱର ୧୨ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। କଣାସର ବଳାଜିତପୁର ଗ୍ରାମର ସରକାରୀ ଜାଗାରେ ଏକ ଚାଖୁଣ୍ଡା ଗଛ କଟାକୁ ନେଇ ଭରତ ଚନ୍ଦ୍ର ବଳିଆର ସିଂହଙ୍କ ପୁଅ ମାନସ କୁମାର ବଳିଆର ସିଂହଙ୍କୁ ହତ୍ୟା କରାଯାଇଥିଲା। ମାନସଙ୍କ ଦାଦା ଭରତ ବଳିଆରସିଂହ ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ ମାଡ଼ ମରାଯାଇଥିଲା। ଏନେଇ କଣାସ ଥାନାରେ କେଶ ନମ୍ବର ୭୪/୨୦୧୨ରେ ଏକ ମକଦ୍ଦମା ରୁଜୁ ହୋଇଥିଲା। ଦୀର୍ଘ ୧୦ ବର୍ଷ ହେଲା ବିଚାରଧିନ ଥିବା ଏହି ମାମଲାରେ ଆଜି ପୁରୀ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ପୁଲିସ ସମେତ ୨୪ ଜଣ ସାକ୍ଷୀ ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଆଧାରରେ ୨୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ କରିଛନ୍ତି।

ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ମାନଙ୍କ ନାମ ସତ୍ୟବ୍ରତ ନାୟକ(୩୪), ବିଶ୍ୱନାଥ ବଳିଆରସିଂହ(୬୬), ଶରତ ଚନ୍ଦ୍ର ନାୟକ(୪୨), ପ୍ରଶାନ୍ତ କୁମାର ନାୟକ(୩୨), ବିଶ୍ୱଜିତ୍ ନାୟକ ଓରଫ ଧଡ଼ୁ (୨୯), ବିଚିତ୍ରାନନ୍ଦ ବଳିଆରସିଂହ(୪୫), ସଂଗ୍ରାମ କେଶରୀ ନାୟକ(୪୪), ଲେନିନ୍ କୁମାର ବଳିଆସିଂହ(୩୦), ନରେନ୍ଦ୍ର କୁମାର ବଳିଆରସିଂହ(୩୭), ରମାକାନ୍ତ ବଳିଆରସିଂହ(୪୭), ସୁଶାନ୍ତ ଓରଫ ସୁକାନ୍ତ ପ୍ରଧାନ(୪୫), କ୍ଷୀରୋଦ କୁମାର ନାୟକ(୫୧), କବିରାଜ ନାୟକ(୬୪), ଯୁଦ୍ଧିଷ୍ଠିର ନାୟକ(୭୦), ଗୁଣନିଧି ବଳିଆରସିଂହ(୫୮), ପ୍ରମୋଦ କୁମାର ସ୍ୱାଇଁ(୫୩), ମହେଶ୍ୱର ନାୟକ(୬୪), ଶରତ ନାୟକ(୫୮), ମନୋରଞ୍ଜନ ନାୟକ(୫୪), ସୁଜିତ୍ ନାୟକ(୨୯) ।

Related Posts