ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭୁଲ ଟ୍ୱିଟ ପାଇଁ କ୍ଷମା ମାଗିଲେ ଉତ୍କଳ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ଆଦିତ୍ୟ ସାମଲ । ତେବେ ଅଣଓଡ଼ିଆଙ୍କୁ ଅଣଓଡ଼ିଆଙ୍କୁ ଓପିଡି ମ୍ୟାନେଜର ନିଯୁକ୍ତି ବିଜ୍ଞାପନ ନେଇ କ୍ଷମା ମାଗିଲେ ଉତ୍କଳ ହସ୍ପିଟାଲ ଅଧ୍ୟକ୍ଷ ଆଦିତ୍ୟ ସାମଲ । ଭୁଲ ଟ୍ୱିଟ ନେଇ ଦ୍ୱନ୍ଦ୍ୱ ଦୂର କଲେ ଡାକ୍ତର । କହିଲେ ନିଲମ୍ବିତ ସିଇଓ ଆଲୋକ ଲୋଧ ଭୁଲ ବିଜ୍ଞାପନ ଦେଇଥିଲେ । ସେ ନିଜ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟରେ ଏସବୁ ପୋଷ୍ଟ କରିଥିଲେ । ଏଭଳି ବିଜ୍ଞାପନକୁ ହସ୍ପିଟାଲ ମ୍ୟାନେଜମେଣ୍ଟ ଅନୁମତି ଦେଇନଥିଲା । ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ କାର୍ୟ୍ୟରୁ ନିଲମ୍ବନ କରାଯାଇଛି ।
ଏଭଳି ବିଜ୍ଞାପନ ଓଡ଼ିଶାବାସୀଙ୍କ ଭାବାବେଗ ପ୍ରତି ଆଘାତ ଦେଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଅଣଓଡ଼ିଆଙ୍କୁ ଓପିଡି ମ୍ୟାନେଜର ନିଯୁକ୍ତି ବିଜ୍ଞାପନ ନେଇ ଦେଖାଦେଇଥିଲା ବିବାଦ । ଏଥିରେ କେବଳ ଅଣଓଡ଼ିଆ ପ୍ରାର୍ଥୀ ଆବଦେନ କରିପାରିବେ ବୋଲି ହସ୍ପିଟାଲ ସିଇଓ ଲେଖିଥିଲେ । ବିଜ୍ଞାପନକୁ ନେଇ ବିରୋଧ ପରେ ହସ୍ପିଟାଲ ପକ୍ଷରୁ କାର୍ୟ୍ୟନୁଷ୍ଠାନ ନିଆଯାଇଛି । ସିଇଓଙ୍କୁ କାର୍ୟ୍ୟରୁ ବିଦା କରାଯାଇଥିଲା । ଏହି ବିଜ୍ଞାପନକୁ ସାମାଜିକ ଗଣମାଧ୍ୟମରେ ବିରୋଧ ଜୋରଦାର ହେବାରୁ ଏହି ବିଜ୍ଞାପନକୁ ସଂଶୋଧନ କରାଯାଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
